ବାତ୍ୟା ଜନିତ ଲଗାଣ ବର୍ଷା : ପାଟଣାରେ ଭାଙ୍ଗିଲା ୧୦୦ ଘର

ପାଟଣା : ବାତ୍ୟା ୟାସ ଯୋଗୁ ଲଗାଣ ବର୍ଷାରେ ପାଟଣା ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମରେ ଗଛ ପଡି କାନ୍ଥ ଭୁଶୁଡ଼ି ଘର ଭାଙ୍ଗିଥିବା ଅଭିଯୋଗ ଆସିବାକୁ ଲାଗିଛି। ପାଟଣା ନିକଟ ଝାଟିପଡ଼ା ଗ୍ରାମର ମନମୋହନ ବାରିକଙ୍କ ଘରକାନ୍ଥ ଗତରାତି ବର୍ଷାରେ ଭୁଶୁଡ଼ି ପଡ଼ିଛି। ଘରେ ଥିବା ତାଙ୍କ ପତ୍ନୀ ଓ ଝିଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେହିପରି ସେହି ଗ୍ରାମର ସୁଦର୍ଶନ ମହାରଣାଙ୍କ ଘର ଭାଙ୍ଗିଥିବାବେଳେ ସାମ୍ବାଦିକ ରଞ୍ଜନ ବାରିକଙ୍କ ଘର ପାଚେରୀ ଭୁଶୁଡ଼ି ପଡ଼ିଛି। ସେହିପରି ଗୋଧିରାମପଡ଼ା ଗ୍ରାମର ହିନ୍ଦୁ ମାଝିଙ୍କ ଘର ଉପରେ ଏକ ବଡ଼ ଗଛ ଉପୁଡ଼ି ପଡ଼ି ଘରଟି ଭାଙ୍ଗିଯାଇଛି। ଅଗ୍ନିଶମ ବାହିନୀ ଗଛଟିକୁ କାଟି ସଫା କରିଛନ୍ତି। ସେହିପରି ବାଉଁସୁଳି ଗ୍ରାମର କାର୍ତ୍ତିକ ମୋଦିଙ୍କ ଘର ମଧ୍ୟ ବର୍ଷା ରେ ଭାଙ୍ଗି ପଡ଼ିଛି। ପାଟଣା ବ୍ଲକ ଅଞ୍ଚଳରେ ମୋଟ ୧୦୦ ଟି ଘର ଭାଙ୍ଗିଥିବା ତହସିଲଦାର ତାପସ ରଞ୍ଜନ ଦେହୁରୀ ସୂଚନା ଦେଇଛନ୍ତି।

Comments are closed.