ଅମିତ ଶାହଙ୍କୁ ଭେଟିଲେ ଜାମ୍ମୁ-କାଶ୍ମୀରର ୧୦୦ ସରପଞ୍ଚ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ୧୦୦ ସରପଞ୍ଚଙ୍କ ଏକ ପ୍ରତିନିଧିମଣ୍ଡଳୀ ମଙ୍ଗଳବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି। ଏହି ଅବସରରେ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ, କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ, ସ୍ବରାଷ୍ଟ୍ର ସଚିବ ଏ.କେ. ଭଲ୍ଲା, ଜ୍ଞାନେଶ କୁମାର ମଧ୍ୟ ଉପସ୍ଥିତ ଥିଲେ। ପ୍ରତିନିଧିମଣ୍ଡଳୀଙ୍କ ମଧ୍ୟରେ ପୁଲୱାମା, କାଶ୍ମୀର, ଜାମ୍ମୁ ଏବଂ ଲଦାଖର ସରପଞ୍ଚମାନେ ରହିଥିଲେ। ସରପଞ୍ଚମାନେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ଅନ୍ୟ ଅଧିକାରୀମାନଙ୍କ ସହିତ ବୈଠକ କରି ଜାମ୍ମୁ-କାଶ୍ମୀରରେ ରହିଥିବା ବର୍ତ୍ତମାନର ସ୍ଥିତି ସମ୍ପନର୍କରେ ଅବଗତ କରାଇଥିଲେ। ସୂଚନା ଅନୁସାରେ ବିକାଶ ପାଇଁ ବ୍ୟୟବରାଦ ହେଉଥିବା ଅର୍ଥ ସରପଞ୍ଚମାନଙ୍କ ନିକଟରେ କିପରି ପହଞ୍ଚି ସେ ନେଇ ବୈଠକରେ ବିଶେଷ ଗୁରୁତ୍ଵ ଦିଆଯାଇଥିଲା। ଫଳରେ ଉକ୍ତ ଅର୍ଥରେ ଗ୍ରାମାଞ୍ଚଳରେ ରହିଥିବା ପ୍ରକୃତ ସମସ୍ୟାର ସମାଧାନ ହୋଇପାରିବ। ଏହାବ୍ୟତୀତ କାଶ୍ମୀରର ଗାଁଗୁଡ଼ିକରେ ସରପଞ୍ଚମାନଙ୍କୁ ବିକାଶ କ୍ଷେତ୍ରରେ ସିଧାସଳଖ ଭାଗିଦାର କରାଯିବା ନେଇ ରଣନୀତି ଉପରେ ଆଲୋଚନା ହୋଇଥିଲା।

Comments are closed.