ଅବଢ଼ା ଯୋଜନାରେ ପୁରୀକୁ ୧୦୦ କୋଟି

0

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ପକ୍ଷରୁ ବିଶ୍ବ ଧାର୍ମିକ ଓ ଐତିହାସିକ ପୀଠ ପୁରୀର ବିକାଶ ପାଇଁ ୧୦୦କୋଟି ଟଙ୍କା ମଞ୍ଜୁର କରାଯାଇଛି। ଅବଢ଼ା ଯୋଜନା-୨ରେ ଚଳିତ ଆର୍ଥିକ ବର୍ଷ ଲାଗି ଉକ୍ତ ଅର୍ଥ ମଞ୍ଜୁର ହୋଇଛି। ଏହି ଅର୍ଥକୁ ତୁରନ୍ତ ପୁରୀର ବିକାଶ କାର୍ଯ୍ୟରେ ବିନିଯୋଗ କରିବାପାଇଁ ପୂର୍ତ୍ତସଚିବଙ୍କ ପକ୍ଷରୁ ପୁରୀ ଜିଲାପାଳଙ୍କୁ
ଅବଗତ କରାଯାଇଛି।
ପୂର୍ତ୍ତବିଭାଗ ଅତିରିକ୍ତ ସଚିବ ଆର କେ ଆଚାର୍ଯ୍ୟ ପୁରୀ ଜିଲାପାଳଙ୍କୁ ଦେଇଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ପୁରୀର ମଠ ସଂସ୍କୃତିର ବିକାଶ ପାଇଁ ଅବଢ଼ା ଯୋଜନାର ଦ୍ବିତୀୟ ପର୍ଯ୍ୟାୟରେ ସରକାର ୧୦୦କୋଟି ଟଙ୍କା ଅନୁମୋଦନ କରିଛନ୍ତି। ପୁରୀର ବିକାଶ ପାଇଁ ପ୍ରସ୍ତାବ ଅନୁଯାୟୀ ଉକ୍ତ ଅର୍ଥ ଖର୍ଚ୍ଚ କରାଯିବାକୁ ଶ୍ରୀ ଆଚାର୍ଯ୍ୟ ଦର୍ଶାଇଛନ୍ତି।

Leave A Reply