ଉପକୃତ ହେବେ ୪୮ ଲକ୍ଷ ହିତାଧିକାରୀ, ଓଡ଼ିଶା ସରକାର ଦେବେ ୧୦୦ ଟଙ୍କା ଲେଖାଏଁ ଗ୍ରୀଷ୍ମ ସହାୟତା

ଭୁବନେଶ୍ଵର (ବ୍ୟୁରୋ): ସାମାଜିକ ସୁରକ୍ଷା ସହାୟତା ପାଉଥିବା ଓ ମଧୁବାବୁ ପେନସନ ପାଉଥିବା ହିତାଧିକାରୀଙ୍କୁ ସରକାର ଦେବେ ୧୦୦ ଟଙ୍କା ଲେଖାଏଁ ଗ୍ରୀଷ୍କକାଳୀନ ସହାୟତା । ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମାସିକ ଭତ୍ତା ପାଉଥିବା ଉପରୋକ୍ତ ବର୍ଗର ହିତାଧିକାରୀଙ୍କୁ ଏହି ସହାୟତା ପ୍ରଦାନ କରାଯିବ । ରାଜ୍ୟର ପ୍ରାୟ ୪୮ ଲକ୍ଷ ହିତାଧିକାରୀ ଏହାଫଳରେ ଉପକୃତ ହେବେ । ମଇ ମାସ ମଧ୍ୟରେ ଏହି ସହାୟତା ରାଶି ପ୍ରଦାନ କରାଯିବ । ଏହାବ୍ୟତୀତ କିନ୍ନରଙ୍କ ପାଇଁ କାର୍ଯ୍ୟ କରୁଥିବା ୧୧ ଅନୁଷ୍ଠାନକୁ ପ୍ରାୟ ଅଢ଼େଇ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

Comments are closed.