ପଥର କ୍ବାରିରେ ବିସ୍ଫୋରଣ, ୧୦ ଶ୍ରମିକ ମୃତ

ଆନ୍ଧ୍ରପ୍ରଦେଶର କଡପା ଜିଲା କଲାସପାଡୁ ମଣ୍ଡଳର ଏକ ପଥର କ୍ବାରିରେ ଶନିବାର ବିସ୍ଫୋରଣ ଘଟି ୧୦ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ପଥର ଫଟାଇବା ଲାଗି ବିସ୍ଫୋରକକୁ ବ୍ୟବହାର କରାଯାଉଥିବା ସମୟରେ ତାହା ବିସ୍ଫୋରଣ ଘଟିଥିଲା।

ସୂଚନା ଅନୁସାରେ, କଡପା ଜିଲାର ଏକ ଗ୍ରାନାଇଟ୍‌ ପଥର ଖଣିରେ ଖନନ ଚାଲିଥିଲା। ଶ୍ରମିକମାନେ ଗ୍ରାନାଇଟ୍‌ ପଥରରେ ଡ୍ରିଲ୍‌ କରି ସେଥିରେ ବିସ୍ଫୋରକ ଭର୍ତ୍ତି କରୁଥିଲେ। ଏହି ସମୟରେ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ମାତ୍ର ଏତେ ତୀବ୍ର ଥିଲା ଯେ ସେଠାରେ କାର୍ଯ୍ୟରତ ଶ୍ରମିକମାନେ ଏତେ ତେଣେ ଛିଟିକି ପଡ଼ିଥିଲେ। ପୁଲିସ ପହଞ୍ଚି ମୃତଦେହଗୁଡ଼ିକୁ ଜବତ କରି ତଦନ୍ତ ଚଳାଇଛି।

Comments are closed.