ସର୍ବସାଧାରଣରେ ମଦ ପିଇଲେ ୧୦ ହଜାର ଜୋରିମାନା, ଗୋଆରେ ବିଧାନସଭାରେ ବିଧେୟକ ପାରିତ

0

ପାଣାଜୀ :  ସର୍ବସାଧାରଣରେ ମଦ ପିଇଲେ କିମ୍ବା ରୋଷେଇ କଲେ  ଗୋଆରେ ୨,୦୦୦ରୁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା  ଦେବାକୁ ପଡିବ।  ୩୧ ଜାନୁଆରୀରେ ଗୋଆ ବିଧାନସଭାରେ ଏ ନେଇ ବିଧେୟକ ପାରିତ ହୋଇଛି । ଏବେ  ଏହି ନିଷ୍ପତ୍ତି ଅନୁସାରେ କଟକଣା ଲାଗୁ ହେବ। ଏଥିପାଇଁ ଗୋଆ ବିଧାନସଭା ଅଧିବେଶନରେ ପର୍ଯ୍ୟଟନ ବ୍ୟାପାର ଅଧିନିୟମରେ ସଂଶୋଧନ କରାଯାଇଛି।

ସର୍ବସାଧାରଣରେ ମଦ ପିଇଲେ କିମ୍ବା ରୋଷେଇ କଲେ ଲୋକଙ୍କୁ ବ୍ୟକ୍ତିଗତ ଭାବେ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା କରାଯିବ। ସାମୂହିକ ଭାବେ ଏହି ଆଇନକୁ ଉଲ୍ଲଙ୍ଘନ କଲେ ୧୦୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା କରାଯିବ। ଜୋରିମାନା ନଦେଲେ ୩ ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି  ।

Leave A Reply