ଜୁଲାଇ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷାଫଳ – ମନ୍ତ୍ରୀ ସମୀର ଦାଶ

ଭୁବନେଶ୍ୱର : ଆଉ କିଛି ଦିନ ପରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷାଫଳ। ଜୁଲାଇ ମାସ ପ୍ରଥମ ସପ୍ତାହରେ ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇବ। ଏନେଇ ଶନିବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ପରୀକ୍ଷାଫଳ ନେଇ ବୋର୍ଡ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଛି ବୋଲି ମନ୍ତ୍ରୀ ସମୀର ଦାଶ କହିଛନ୍ତି।
ସୂଚନା ଯୋଗ୍ୟ, ଚଳିତ ଜୁନ୍‍ ମାସ ଶେଷ ସପ୍ତାପରେ ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି ପ୍ରଥମେ ସୂଚନା ମିଳିଥିଲା। ଗତ ମେ ମାସ ୨୧ ତାରିଖରୁ ମାଟ୍ରିକ ପରୀକ୍ଷା ଖାତାଦେଖା  ଆରମ୍ଭ ହୋଇଥିଲା। ରାଜ୍ୟର ୫୮ଟି କେନ୍ଦ୍ରରେ ଖାତାଦେଖା ଚାଲିଥିବା ବେଳେ ଖାତା ମୂଲ୍ୟାୟନ ପାଇଁ ୪୮୧ ଜଣ ମୁଖ୍ୟ ପରୀକ୍ଷକ ନିୟୋଜିତ ହୋଇଥିଲେ। ସେହିପରି ୯୦୦ ଜଣ ଉପ ପରୀକ୍ଷକ, ୮୯୧୯ ଜଣ ସହକାରୀ ପରୀକ୍ଷକ ଏବଂ ୯୩୦ ଜଣ ସ୍କ୍ରୁଟିନାଇଜରଙ୍କୁ ନିଯୁକ୍ତି ଦିଆଯାଇଥିଲା ।  ଦିନ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଖାତାଦେଖା ହୋଇଥିଲା। ଖାତାଦେଖା ପରେ ଅନଲାଇନରେ ମାର୍କ ଅପଲୋଡିଂ ହେବ। ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.