ମାଟ୍ରିକ ପରୀକ୍ଷା ନେଇ ମାଧ୍ୟମିକ ବୋର୍ଡ ପକ୍ଷରୁ ବିସ୍ତୃତ ସୂଚନା

ଭୁବନେଶ୍ୱର : ସୋମବାର ମାଟ୍ରିକ ପରୀକ୍ଷା ନେଇ ମାଧ୍ୟମିକ ବୋର୍ଡ ପକ୍ଷରୁ ବିସ୍ତୃତ ସୂଚନା ପ୍ରଦାନ କରାଯାଇଛି। ଏପ୍ରିଲ ୨୯ ରୁ ଆରମ୍ଭ ହୋଇ ମେ’୭ରେ ଶେଷ ହେବ ପରୀକ୍ଷା। ସକାଳ ୮ଟାରୁ ଆରମ୍ଭ ହୋଇ ୨ ଘଣ୍ଟା ଯାଏଁ ପରୀକ୍ଷା ହେବ। କେବଳ ଗଣିତ ବିଷୟ ପାଇଁ ୨ ଘଣ୍ଟା ୧୫ ମିନିଟ ସମୟ ଲାଗିବ। ପରୀକ୍ଷା ୮୦ ମାର୍କ ବିଶିଷ୍ଟ ହୋଇଥିବା ବେଳେ ୫୦ ମାର୍କ ସଂକ୍ଷିପ୍ତ ଓ ୩୦ ମାର୍କ ଦୀର୍ଘ ଉତ୍ତର ମୂଳକ। ସଂକ୍ଷିପ୍ତ ଉତ୍ତର ମୂଳକ ୫୦ ମାର୍କ ଓଏମଆର ସିଟରେ ପରୀକ୍ଷା ହେବ। ଦୀର୍ଘ ଉତ୍ତର ମୂଳକ ୩୦ ମାର୍କ ମିଳିଥିବା ବୁକଲେଟ୍‍ ରେ ହେବ।

Comments are closed.