ମାଟ୍ରିକ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ

ଭୁବନେଶ୍ୱର : ଆଜି ଠାରୁ ରାଜ୍ୟରେ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ପ୍ରଥମ ଦିନରେ ମାତୃଭାଷା ବିଷୟରେ ପ୍ରାୟ ୧ ଘଣ୍ଟା ୩୦ ମିନିଟ ହେବ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଉଛନ୍ତି। ଚଳିତବର୍ଷ ପରୀକ୍ଷା ପାଇଁ ମୋଟ ୨୮୮୮ କେନ୍ଦ୍ରର ବ୍ୟବସ୍ତା ହୋଇଥିବା ବେଳେ ମୋଟ ୫ଲକ୍ଷ ୬୦ ହଜାର ୯୦୫ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ପ୍ରଶ୍ନପତ୍ର ଲିକ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପରୀକ୍ଷା କେନ୍ଦ୍ରଗୁଡ଼ିକୁ ସିସିଟିଭି କ୍ୟାମେରା ନଜରରେ ରଖାଯାଇଛି। ଏଯାବତ ପରୀକ୍ଷାରେ ଓ ପ୍ରଶ୍ନପତ୍ର ଲିକ ହୋଇନଥିବା ନେଇ ଜଣାପଡ଼ିଛି। ନିର୍ଦ୍ଧାରିତ ସମୟରେ ଛାତ୍ରଛାତ୍ରୀମାନେ ନିଜ ସହ ଆଡ଼ମିଟ୍‍ କାର୍ଡ଼ ନେଇ ନିଜ ନିଜ ପରୀକ୍ଷା କେନ୍ଦ୍ରର ସମ୍ମୁଖରେ ପହଞ୍ଚିଥିଲେ। ସଠିକ ସମୟରେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ହଲକୁ ଛଡ଼ାଯିବା ସହ ପ୍ରଶ୍ନପତ୍ର ବିତରଣ କରାଯାଇଥିଲା। ପୂର୍ବ ପ୍ରସ୍ତୁତି ଅନୁଯାୟୀ, ଆଜି ନିର୍ଦ୍ଧାରିତ ସମୟରେ ନୋଡ଼ାଲ ସେଣ୍ଟରରୁ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରକୁ ନିଆଯାଇଥିଲା। କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିବା ପରେ ଯାଞ୍ଚ କରାଯାଇଥିଲା।

Comments are closed.