ପୁଣି ୧୦ଟି ସାପ ଉଦ୍ଧାର

0

ପାରାଦୀପ/ସାଲେପୁର: ରାଜ୍ୟର ଦୁଇଟି ପୃଥକ ପୃଥକ ସ୍ଥାନରୁ ୧୦ଟି ସାପ ଉଦ୍ଧାର ହୋଇଛି। ସାଲେପୁର ମାହାଙ୍ଗା ବ୍ଲକ କାଳିଅଣ୍ଟି ଗ୍ରାମରୁ ନାଗସାପ ଉଦ୍ଧାର କରାଯାଇଛି। ଗ୍ରାମରେ ଥିବା ଏକ ଭାଗବତ ଗାଦି ଠାକୁର ଘରୁ ୩ଟି ନାଗସାପ ଉଦ୍ଧାର କରାଯାଇଛି। ସେଠାରେ ଅଧିକ ସାପ ଥିବା ସନ୍ଦେହରେ ଗ୍ରାମ ଲୋକେ ସ୍ନେକ ହେଲ୍‍ପ ଲାଇନର ସହାୟତା ଲୋଡିଛନ୍ତି।
ସେହିପରି ପାରାଦୀପର ମଙ୍ଗରାଜପୁର ପାଇକସାହିରେ ଜଣଙ୍କ ଘରୁ ୭ଟି ସାପ ଛୁଆ ଉଦ୍ଧାର ହୋଇଥିବା ସୂଚନା ମିଳିଛି। ଘର ଲୋକେ ୪ଟି ସାପ ଛୁଆକୁ ମାରି ଦେଇଛନ୍ତି। ଘର ଭିତରେ ଅଧିକ ସାପ ଥିବା ସନ୍ଦେହରେ ପରିବାର ଲୋକେ ଆତଙ୍କିତ ହୋଇପଡିଛନ୍ତି।
ପୂର୍ବରୁ ଭଦ୍ରକର ଧାମନଗର ଓ ପିପିଲିରୁ ୧୩୦ରୁ ଅଧିକ ନାଗସାପ ଉଦ୍ଧାର ହୋଇଥିଲେ।

Leave A Reply