ରାତି ୧୦ଟା ମୁଖ୍ୟ ଖବର

ଟିକାକରଣ ଦ୍ବାରା ଭାରତରୁ କୋଭିଡ୍‍ ସଙ୍କଟ ଦୂର କରା ଯାଇପାରିବ : ଡକ୍ଟର ଆନ୍ଥୋନି ଫୌସି

ରାମନାଗୁଡା ଫାଣ୍ଡିରେ କର୍ମଚାରୀ ଅଭାବ, ୪ଜଣ କର୍ମଚାରୀରେ ଚାଲିଛି କୋଭିଡ଼ ନିୟନ୍ତ୍ରଣ

ଓଡ଼ିଶାରେ ପ୍ରଥମ ବ୍ଲାକ ଫଙ୍ଗସ୍‌ ରୋଗୀ ଚିହ୍ନଟ

ଆସ୍ଥା ଭୋଟରେ ହାରିଲେ ନେପାଳ ପ୍ରଧାନମନ୍ତ୍ରୀ କେପି ଅଲି ଶର୍ମା ଓଲି

ଅମ୍ଳଜାନ ସାନ୍ଧ୍ରକ କଳାବଜାରୀ : ନବନୀତ କଲରାଙ୍କ ବିରୁଦ୍ଧରେ ଲୁକ୍‍ ଆଉଟ୍‍ ନୋଟିସ୍‍

– ଟିକାକରଣ କ୍ଷେତ୍ରରେ ଭାରତର​‌ ଆଉ ଏକ ସଫଳତା : ୧୧୪ ଦିନରେ ୧୭ କୋଟିରୁ ଉର୍ଦ୍ଧ୍ବ ଲୋକଙ୍କୁ ଟିକାଦାନ
–ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି କରୋନା ଟିକା ନେଇଛନ୍ତି, ସେ ପ୍ରଥମ ପାନ ଟିକା ନେଇଥିବା ଛବି ସାମାଜିକ ଗଣମାଧ୍ୟମରେ ଛାଡି ଅନ୍ୟମାନେ ଟିକା ନେବାକୁ ଅନୁରୋଧ କରିଛନ୍ତି
–ଦିଲ୍ଲୀରେ ଅମ୍ଳଜାନ ସାନ୍ଧ୍ରକ କଳାବଜାରୀ କରୁଥିବା ବ୍ୟବସାୟୀ ନବନୀତ କଲରାଙ୍କ ବିରୁଦ୍ଧରେ ଦିଲ୍ଲୀ ପୋଲିସ ଲୁକ୍‍ ଆଉଟ୍‍ ନୋଟିସ୍‍ ଜାରି କରିଛି।
–ଗତକାଲି ତାଙ୍କ ରେସ୍ତୋରାଁରୁ ୫ଶହ ଅକ୍ସିଜେନ କନ୍‍ସେଣ୍ଟ୍ରେଟର ଜବତ କରାଯିବା ପରେ ସେ ନିଖୋଜ ହୋଇଯାଇଥିଲେ।

–କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ୧୮ କୋଟି କୋଭିଡ ଟିକା ମାଗଣାରେ ଯୋଗାଇଦେଇ ସାରିଲେଣି, ଆଗାମୀ ତିନିଦିନ ମଧ୍ୟରେ ସେମାନଙ୍କୁ ୯ ଲକ୍ଷ ପାନରୁ ଅଧିକ ଟିକା ଯୋଗାଇ ଦିଆଯିବ
– ବିଜେପି ନେତା ହିମନ୍ତ ବିଶ୍ଵଶର୍ମାଙ୍କ ଆସାମର ମୁଖ୍ୟମନ୍ତ୍ରୀ ଭାବେ ସୋମବାର ଶପଥ ଗ୍ରହଣ। ରାଜ୍ୟପାଳ ଜଗଦୀଶ ମୁଖୀ ବିଶ୍ଵଶର୍ମାଙ୍କୁ ପଦ ଓ ଗୋପନୀୟତାର ସହ ଶପଥପାଠ କରାଇଛନ୍ତି।
–ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନ୍ତ୍ରିମଣ୍ଡଳରେ ୪୩ ମନ୍ତ୍ରୀ ସାମିଲ ହୋଇଛନ୍ତି। ସୋମବାର କଲକାତାସ୍ଥିତ ରାଜଭବନରେ ଏହି ମନ୍ତ୍ରୀମାନେ ଶପଥ ଗ୍ରହଣ କରିଛନ୍ତି।
–ଆସନ୍ତା ଜୁନ ୨୩ରେ କଂଗ୍ରେସ ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ହେବ। ଏ ନେଇ ସୋମବାର କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକରେ ନିଷ୍ପତ୍ତି
– କରୋନା ମହାମାରୀରେ ଟିଏନଆର ନାମରେ ଜଣାଶୁଣା ଲୋକପ୍ରିୟ ଅଭିନେତା ତଥା ଟିଭି ଉପସ୍ଥାପକ ଟି ନରସିହ୍ମା ରାଓଙ୍କ ପରଲୋକ
–ଖେଳାଳିମାନେ କରୋନାରେ ସଂକ୍ରମିତ ହେବା ଫଳରେ ଚଳିତ ଆଇପିଏଲ ସଂସ୍କରଣକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିଷ୍ପତ୍ତି
– ଆମେରିକାର ଇନ୍ଧନ ପାଇପଲାଇନ ଉପରେ ବଡ଼ ଧରଣର ସାଇବର ଆକ୍ରମଣ, ଜରୁରୀ ପରିସ୍ଥିତି ଘୋଷଣା
–କନ୍ଧମାଳ ସଂସଦୀୟ କ୍ଷେତ୍ରର କୋଭିଡ୍‍ ସମୀକ୍ଷା କଲେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ
–ଆରଡି ସ୍ବାସ୍ଥ୍ୟ କେନ୍ଦ୍ରରେ ମିଳୁନି କୋଭିଡ ଟିକା, ଚିନ୍ତା ବଢାଉଛନ୍ତି ବାହାର ଫେରନ୍ତା ପ୍ରବାସୀ
–କୋଭିଡ କଟକଣା ସହ ବିନା ଭକ୍ତରେ ହେବ ଆଖଣ୍ଡଳମଣିଙ୍କ ଚନ୍ଦନଯାତ୍ରା
–ରାଜ୍ୟରେ ଗୋଟିଏ ଦିନରେ ୧୦ ହଜାର ୩୧ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୬୬୨୩ ଏବଂ ସ୍ଥାନୀୟ ସଂକ୍ରମିତ ୩୪୦୮ ରହିଛନ୍ତି
–ଆଜି ରାଜ୍ୟରେ ସୁସ୍ଥ ହେଲେ ୯୭୦୬ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୪୫୭୫୬୯କୁ ବୃଦ୍ଧି

–ଆସନ୍ତାକାଲିଠାରୁ ମେ’ ୧୫ ପର୍ଯ୍ୟନ୍ତ ଭୁବନେଶ୍ବରରେ ୩ଟି ଜାଗାରେ ଡ୍ରାଇଭ୍‌ ଇନ୍‌ ଟିକା ଅଭିଯାନ ଆରମ୍ଭ। ଉତ୍କଳ କନିକା ଗାଲେରିଆ, ସିମ୍ଫୋନି ମଲ୍‌ ଏବଂ କିଟ୍‌ ଷ୍ଟାଡ଼ିୟମ୍‌ରେ ହେବ ଟିକାକରଣ। ଦୈନିକ ପ୍ରତି ସ୍ଥାନରେ ୪୫ବର୍ଷରୁ ଅଧିକ ୩ଶହ ଲୋକଙ୍କୁ ଦିଆଯିବ ଟିକା।

–ଆଜି ଭୁବନେଶ୍ବରେ ପୁଣି ୯୬୨ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୮୫୯
–କ୍ୟାବିନେଟ୍‌ ବୈଠକରେ ନିଷ୍ପତ୍ତି: ଓଡ଼ିଶାବାସୀ ଯେପରି ସୁବିଧାରେ ଟିକା ପାଇ ପାରିବେ ସେଥିପାଇଁ ବିଶ୍ବର ବିଭିନ୍ନ ପ୍ରମୁଖ ଟିକା କମ୍ପାନୀରୁ ଟିକା ସଗ୍ରହ ଲାଗି ରାଜ୍ୟ ସରକାର ବିଶ୍ବସ୍ତରୀୟ ଟେଣ୍ଡର ଆହ୍ବାନ କରିବେ।

–ଯାଜପୁର ଜିଲାରେ କାର୍ୟ୍ୟରତ ଓଡିଶା ପ୍ରଶାସନିକ ସେବା ଅଧିକାରୀମାନଙ୍କର ସୁରକ୍ଷା ପାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟର ଏକ ସ୍ମାରକ ପତ୍ର ଜିଲାପାଳଙ୍କ ମାଧ୍ୟମରେ ପ୍ରଦାନ କରାଯାଇଚ୍ଥି

Comments are closed.