୧୦ ଜିଲା ପାଇଁ ୧୦ ବରିଷ୍ଠ ଅଧିକାରୀ ନିଯୁକ୍ତ​‌, ୩ ମାସ ପାଇଁ ଦାୟିତ୍ବରେ ରହି ତଦାରଖ କରିବେ କାର୍ଯ୍ୟ

ଭୁବନେଶ୍ବର: ୧୦ ଆକାଂକ୍ଷୀ ଜିଲ୍ଲା ପାଇଁ ମଙ୍ଗଳବାର ୧୦ ବରିଷ୍ଠ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ୩ ମାସ ପାଇଁ ଜିଲ୍ଲା ଦାୟିତ୍ବରେ ରହିବେ ଏହି ୧୦ ସଚିବସ୍ତରୀୟ ବରିଷ୍ଠ ଅଧିକାରୀ। ଏହି ଅଧିକାରୀମାନେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଓ ଜଳସେଚନର ସମୀକ୍ଷା କରିବେ।

ମିଳିଥିବା ସୂଚନା ମୁତାବକ, ନୂଆପଡା ଦାୟିତ୍ବରେ ବିଷ୍ଣୁପଦ ସେଠୀ, ରାୟଗଡ଼ା ଦାୟିତ୍ବରେ ନିକୁଞ୍ଜ ବିହାରୀ ଧଳ, ନବରଙ୍ଗପୁର ଦାୟିତ୍ବରେ ଅରବିନ୍ଦ ଅଗ୍ରୱାଲ, କନ୍ଧମାଳ ଦାୟିତ୍ବରେ ମଧୁସୂଦନ ପାଢୀ, କଳାହାଣ୍ଡି ଦାୟିତ୍ବରେ ସତ୍ୟବ୍ରତ ସାହୁ ନିଯୁକ୍ତ ହୋଇଛନ୍ତି। ସେହିପରି ମାଲକାନଗିରି ଦାୟିତ୍ବରେ ନୀତିନ ଭାନୁଦାସ ଜାଓ୍ୱଲେ, ବଲାଙ୍ଗିର ଦାୟିତ୍ବରେ ସୁରେନ୍ଦ୍ର କୁମାର, ଢେଙ୍କାନାଳ ଦାୟିତ୍ବରେ ରଞ୍ଜନା ଚୋପ୍ରା ଓ କୋରାପୁଟ ଦାୟିତ୍ବରେ ସନ୍ତୋଷ ଷଡଙ୍ଗୀ ରହିଛନ୍ତି ।

Comments are closed.