ଆଜି କରୋନାରେ ସର୍ବାଧିକ ୧୦ ମୃତ, ୧୩୦କୁ ବଢ଼ିଲା ମୃତ୍ୟୁ ସଂଖ୍ୟା

ଭୁବନେଶ୍ଵର: ରାଜ୍ୟରେ ଆଜି ସର୍ବାଧିକ ୧୦ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଗଞ୍ଜାମରୁ ୩, ସୁନ୍ଦରଗଡ଼ ଓ ବାଲେଶ୍ଵରରୁ ୨ ଜଣ ଲେଖାଏ ଏବଂ ଗଜପତି, ରାୟଗଡ଼ା ଓ ଝାରସୁଗୁଡ଼ାରୁ ଜଣେ ଲେଖାଏ ରହିଛନ୍ତି। ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୧୩୦କୁ ବୃଦ୍ଧି ପାଇଛି। ଆଜିର ୩ ମୃତକଙ୍କୁ ମିଶାଇ ଗଞ୍ଜାମରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୭୩ରେ ପହଞ୍ଚିଛି।

Comments are closed.