ରାଜ୍ୟରୁ ଆଉ ୧୦ ଜୀବନ ନେଲା ମହାମାରୀ କରୋନା

ଭୁବନେଶ୍ଵର : ରାଜ୍ୟରେ କାୟା ବିସ୍ତାର କରି ଚାଲିଛି ମହାମାରୀ କରୋନା । ଆଜି ରାଜ୍ୟରୁ ୧୬୦୨ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୦ ଜଣଙ୍କର ଜୀବନ ଯାଇଛି । ଆଜି ମୃତ୍ୟୁ ବରଣ କରିଥିବା ୧୦ ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୧୮୭ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।


ଆଜି ମୃତ୍ୟୁ ବରଣ କରିଥିବା ୧୦ ଜଣଙ୍କ ମଧ୍ୟରେ ଗଞ୍ଜାମରୁ ୫, ଖୋର୍ଦ୍ଧାରୁ ୩, ସୁନ୍ଦରଗଡ଼ ଓ ଗଜପତିରେ ଜଣେ ଲେଖାଏଁ ରହିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଦେଇଛି । ଗଞ୍ଜାମରେ ୫ ଜଣଙ୍କ ମୃତ୍ୟୁ ସହ ଜିଲାର ମୋଟ୍‌ ମୃତ୍ୟୁ ସଂଖ୍ୟା ୯୯ରେ ପହଞ୍ଚିଛି । ସେହିପରି ଖୋର୍ଦ୍ଧାରେ ୩ ମୃତ ସହ ଜିଲାର ମୋଟ୍ ମୃତ୍ୟୁ ସଂଖ୍ୟା ୨୫ରେ ପହଞ୍ଚିଛି । ସେହିପରି ଗଜପତିରେ ମୋଟ୍ ମୃତ୍ୟୁ ସଂଖ୍ୟା ୧୧ରେ ପହଞ୍ଚିଥିବା ବେଳେ ସୁନ୍ଦରଗଡରେ ୯ରେ ପହଞ୍ଚିଛି ମୋଟ୍ ମୃତ୍ୟୁ ସଂଖ୍ୟା ।

Comments are closed.