ଆଉ ୧୦ ଜୀବନ ନେଲା କରୋନା, ୨୩୫ରେ ପହଞ୍ଚିଲା ରାଜ୍ୟର ମୋଟ୍ ମୃତ୍ୟୁ ସଂଖ୍ୟା

ଭୁବନେଶ୍ଵର : ରାଜ୍ୟରୁ ଆଉ ୧୦ ଜଣ କରୋନା ଆକ୍ରାନ୍ତଙ୍କ ଜୀବନ ନେଇଛି ମହାମାରୀ କରୋନା । ମୃତ୍ୟୁ ବରଣ କରିଥିବା ୧୦ ଜଣଙ୍କୁ ମିଶାଇ ରାଜ୍ୟର ମୋଟ୍ କରୋନା ମୃତକଙ୍କ ସଂଖ୍ୟା ୨୩୫ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।


ମୃତ ୧୦ ଜଣଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ୩ ଜଣ, ସୁନ୍ଦରଗଡ ଜିଲାରୁ ଦୁଇ ଜଣ, ଭଦ୍ରକ, କନ୍ଧମାଳ ,କେନ୍ଦୁଝର,ନବରଙ୍ଗପୁର,ନୟାଗଡ ଜିଲାରୁ ଜଣେ ଲେଖାଏଁ ରହିଛନ୍ତି । ଗଞ୍ଜାମ ଜିଲାରୁ ୩ ଜଣଙ୍କ ମୃତ୍ୟୁ ସହ ଜିଲାର ମୋଟ୍ ମୃତ୍ୟୁ ସଂଖ୍ୟା ୧୨୦ରେ ପହଞ୍ଚିଛି ।

Comments are closed.