ରାଜ୍ୟରୁ ଆଉ ୧୦ ଜୀବନ ନେଲା ମହାମାରୀ କରୋନା, ୪୯୨ରେ ପହଞ୍ଚିଲା ମୋଟ୍‌ ମୃତ୍ୟୁ ସଂଖ୍ୟା

ଭୁବନେଶ୍ବର : ରାଜ୍ୟରୁ ଆଜି ଆଉ ୧୦ ଜଣଙ୍କ ଜୀବନ ନେଇଛି କରୋନା। ସୋମବାର ମୃତ୍ୟୁ ବରଣ କରିଥିବା ୧୦ ମୃତକଙ୍କୁ ମିଶାଇ ରାଜ୍ୟର ମୋଟ୍‌ ମୃତ୍ୟୁ ସଂଖ୍ୟା ୪୯୨ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


ଆଜି ମୃତ୍ୟୁବରଣ କରିଥିବା ୧୦ ଜଣ କରୋନା ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଓ କନ୍ଧମାଳରୁ ୩ ଜଣ ଲେଖାଏଁ ରହିଥିବା ବେଳେ ଗଞ୍ଜାମ, ନୟାଗଡ଼, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲାରୁ ଜଣେ ଲେଖାଏଁ ରହିଛନ୍ତି।


ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ରାଜ୍ୟରୁ ୧୭ ଲକ୍ଷ ୮୯ ହଜାର ୪୩୩ ଟି ନମୂନା ପରୀକ୍ଷଣ କରାଯାଇଥିବା ବେଳେ ୧ ଲକ୍ଷ ୩ହଜାର ୫୩୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୩ ହଜାର ୨୩୩ ଜଣ ସୁସ୍ଥ ହୋଇଥିବା ବେଳେ ୪୯୨ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ବର୍ତ୍ତମାନ ସୁଦ୍ଧା ୨୯ ହଜାର ୭୫୮ ଜଣ ଚିକିତ୍ସିତ ହେଉଛନ୍ତି।

Comments are closed.