ଭାରତ, ପାକିସ୍ତାନ ବିଶ୍ବର ସବୁଠୁ ଉତ୍ତପ୍ତ ସ୍ଥାନ

ନୂଆଦିଲ୍ଲୀ : ବିଶ୍ବର ସବୁଠାରୁ ଉତ୍ତପ୍ତ ସ୍ଥାନ ଭାରତ ଓ ପାକିସ୍ତାନରେ ରହିଛି। ପାଣିପାଗ ଅନୁଧ୍ୟାନକାରୀ ୱେବସାଇଟ ଏଲ୍ ଡୋରାଡୋର କହିବା ଅନୁଯାୟୀ ଗତ ୨୪ଘଣ୍ଟା ମଧ୍ୟରେ ବିଶ୍ବର ୧୫ଟି ସବୁଠୁ ଉତ୍ତପ୍ତ ସ୍ଥାନ ଚିହ୍ନଟ କରାଯାଇଛି। ଏହି ୧୫ଟି ଉତ୍ତପ୍ତ ସ୍ଥାନଗୁଡିକ ଭାରତ ଓ ପାକିସ୍ତାନରେ ରହିଛି। ଭାରତରେ ୮ଟି ଉତ୍ତପ୍ତ ସ୍ଥାନ ଥିବାବେଳେ ପାକିସ୍ତାନରେ ୭ଟି ରହିଛି। ସୋମବାର ରାଜସ୍ଥାନର ଚୁରୁ ବିଶ୍ବର ସବୁଠୁ ଉତ୍ତପ୍ତ ସ୍ଥାନ ଭାବେ ଚିହ୍ନଟ ହୋଇଛି। ଏହାର ତାପମାତ୍ରା ୪୮.୯ଡିଗ୍ରୀ ସେଲସିୟସ୍।

Comments are closed.