୧୦ ଫୁଟ ଲମ୍ବର ଅହିରାଜ ଉଦ୍ଧାର

ବ୍ରହ୍ମପୁର: ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଜୟନ୍ତିପୁରରୁ ୧୦ ଫୁଟ ଲମ୍ବର ଏକ ଅହିରାଜ ସାପ ଉଦ୍ଧାର ହୋଇଛି। ଗ୍ରାମର ହୃଷୀକେଶ ପାଣିଗ୍ରାହୀଙ୍କ ଘର ବାରିପଟେ ଏହି ବିରାଟ ସାପକୁ ଦେଖି ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ସମନ୍ତିଆପଲ୍ଲି ବନାଞ୍ଚଳ ଅଧିକାରୀ ରଜତ ମିଶ୍ରଙ୍କ ନିର୍ଦେଶକ୍ରମେ ବନ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଏହି ସମୟରେ ସାପଟି ଘର ପଛପଟେ ଥିବା ଶୁଖିଲା କେନାଲକୁ ପଳାଇ ଯାଇଥିଲା। ବନ କର୍ମଚାରୀ ଜିତେନ୍ଦ୍ର ଦାସ କୌଶଳ କ୍ରମେ ସାପଟିକୁ କାବୁ କରିଥିଲେ। ଏହାପରେ ସାପଟିକୁ ସୁରକ୍ଷିତ ଭାବେ ସଂରକ୍ଷିତ ଜଙ୍ଗଲରେ ଛଡା ଯାଇଥିଲା।

Comments are closed.