ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ୧୦ କର୍ମଚାରୀଙ୍କୁ କରୋନା

ଭୁବନେଶ୍ୱର: ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ୧୦ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ସ୍ୱାବ୍ ରିପୋର୍ଟ ପଜିଟିଭ ଆସିଥିବା ବିଭାଗ ତରଫରୁ ସୂଚନା ମିଳିଛି।

ସମସ୍ତ ଆକ୍ରାନ୍ତଙ୍କୁ ଆଇସୋଲେସନ ୱାର୍ଡରେ ରଖାଯାଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗର ଗତ ଅଗଷ୍ଟ ୧ ତାରିଖରେ ବିଭାଗର ଜଣେ ଫାଇନାନ୍ସ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ପ୍ରାୟ ୨୦ ଜଣ ଅଧିକାରୀ କୋଭିଡ ଟେଷ୍ଟ କରାଇଥିଲେ । ସେମାନଙ୍କ ମଧ୍ୟରୁ ଏସଓ, ଏଏସଓ ଏବଂ ଡେସ୍କ ଅଫିସରଙ୍କୁ ମିଶାଇ ୧୦ ଜଣଙ୍କ ରିପୋର୍ଟ ପଜିଟିଭ ବାହାରିଛି । ତେବେ ବିଭାଗ ପକ୍ଷରୁ ଅନ୍ୟ କର୍ମଚାରୀ ମାନଙ୍କର କରୋନା ଟେଷ୍ଟ କରାଯିବା ନେଇ ସୁତ୍ରରୁ ଜଣା ପଡିଛି ।

Comments are closed.