ଯାଜପୁରରେ ୧୦ ପଞ୍ଚାୟତ ଅଧିକାରୀ ନିଳମ୍ବିତ

ଯାଜପୁର : ସରକାରୀ କାର୍ଯ୍ୟରେ ଅବହେଳା ଅଭିଯୋଗରେ ୧୦ଜଣ ପଞ୍ଚାୟତ ଅଧିକାରୀ ନିଳମ୍ବିତ ହୋଇଛନ୍ତି । ଦାୟିତ୍ୱ ହସ୍ତାନ୍ତର ନ କରିବା, ବ୍ଲକର ବୈଠକରେ ଯୋଗ ନଦେବା ଇତ୍ୟାଦି ଅଭିଯୋଗରେ ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ଏହି ୧୦ଜଣ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି ।

ଏଥିରେ କୋରେଇ ବ୍ଲକର ୨ଜଣ, ଯାଜପୁର ବ୍ଲକର ୨ ଜଣ, ବଡଚଣା ବ୍ଲକର ୨ ଜଣ, ଦାନଗଦୀ ବ୍ଲକର ୪ ଜଣକୁ କାର୍ଯ୍ୟରୁ ନିଳମ୍ବିତ କରିଛନ୍ତି । ସେମାନେ ହେଲେ କୋରେଇ ବ୍ଲକର ମଦନ ମୋହନ ପ୍ରଧାନ, ଜଗନ୍ନାଥ ମାଝି, ଯାଜପୁର ବ୍ଲକର ଲକ୍ଷ୍ମୀଧର ଦାସ, ସୁବାସ ସାମଲ, ବଡଚଣା ବ୍ଲକର ଦେବେନ୍ଦ୍ର ପୁହାଣ, ସିଦ ମୁଣ୍ଡୁରୀ, ଦାନଗଦୀ ବ୍ଲକର ଅର୍ଜୁନ ଚରଣ ବରାଳ, ରାମଚନ୍ଦ୍ର ଦାସ, ସୂର୍ଯ୍ୟମଣୀ ପଟ୍ଟନାୟକ ଓ ଉମେଶ ଚନ୍ଦ୍ର ସେଠୀ । ନିଳମ୍ବନ ପରେ ସେମାନଙ୍କ ମୁଖ୍ୟାଳୟ ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଯାଜପୁର କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଛି । ଏହି ପଂଚାୟତ ନିର୍ବାହୀ ଅଧିକାରୀମାନଙ୍କୁ କାର୍ଯ୍ୟ କରିବା ପାଇଁ ପୂର୍ବରୁ ବିଭିନ୍ନ ସମୟରେ ୫-ଟି ମାଧ୍ୟମରେ ସୁଯୋଗ ଦିଆଯାଇଥିଲେ ମଧ୍ୟ ସେମାନେ ଅବହେଳା କରିଥିବା ସଂପୃକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କ ରିପୋର୍ଟକୁ ଭିତ୍ତି କରି ଜିଲ୍ଲାପାଳ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

Comments are closed.