୨୪ ଘଣ୍ଟାରେ ୧୦ ପାନ କୋଭିଡ ଟିକାନେଲେ ଜଣେ ବ୍ୟକ୍ତି

ୱେଲିଂଟନ: ଜଣେ ବ୍ୟକ୍ତି କୋଭିଡକୁ ନେଇ ଏତେ ଛାନିଆ ହୋଇଯାଇଛନ୍ତି ଯେ ଦିନକ ମଧ୍ୟରେ ସେ ୧୦ ପାନ କୋଭିଡ ଟିକା ନେଇଛନ୍ତି । ଏହି ଘଟଣା ଜଣାପଡିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିବାବେଳେ ସେ ଏତେ ପାନ ଟିକା ନେଇଥିବା ସମ୍ପର୍କରେ ନିର୍ଦ୍ଦିଷ୍ଟ ତଥ୍ୟ ନଥିବା ନ୍ୟୁଜିଲାଣ୍ଡ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଏହି ବ୍ୟକ୍ତିଙ୍କର ନାମ ଜଣାପଡିନଥିବାବେଳେ ସଂପ୍ରତି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଜଣାଯାଇଛି ଯେ ଏହି ବ୍ୟକ୍ତିଜଣକ ଗୋଟିଏ ଦିନରେ ବିଭିନ୍ନ ଟିକାକରଣ ସ୍ଥାନରେ ନିଜ ନାମକୁ ପଞ୍ଜିକରଣ କରିଥିଲେ । ଏପରିକି ସେ ଅନ୍ୟ ଲୋକଙ୍କ ନାମରେ ମଧ୍ୟ ଟିକା ନେଇଥିବା ଜଣାଯାଇଛି । ତାଙ୍କର ଏଭଳି କାର୍ଯ୍ୟ ଅତ୍ୟନ୍ତ ଚିନ୍ତାଜନକ ବୋଲି ଦେଶର ଟିକାକରଣ କାର୍ଯ୍ୟକ୍ରମର ଗ୍ରୁପ୍‍ ପରିଚାଳକ ଆଷ୍ଟ୍ରିଡ କୁରନିଫ କହିଛନ୍ତି । ସେ ଯେଉଁ ଲୋକମାନଙ୍କ ନାମରେ ଟିକା ନେଇଛନ୍ତି ସେମାନେ ଏହି ବ୍ୟକ୍ତିଙ୍କୁ ଅର୍ଥ ଦେଇଥିବା ମଧ୍ୟ ଜଣାଯାଇଛି । ଉକ୍ତ ବ୍ୟକ୍ତିଜଣକ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବାକୁ ତାଙ୍କୁ କୁହାଯାଇଛି । ଜଣେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ମାତ୍ରା ଠାରୁ ଅଧିକ ପାନ ଟିକା ନେଲେ ତାହାର ପ୍ରତିକ୍ରିୟାରେ ଜ୍ୱର ଆସିବା, ମୁଣ୍ଡବିନ୍ଧା ଏବଂ ଶରୀରରେ ଯନ୍ତ୍ରଣା ଭଳି ପ୍ରତିକ୍ରିୟା ଦେଖାଦେଇପାରେ ।

Comments are closed.