ସୁପରମାର୍କେଟରେ ଗୁଳିମାଡ଼; ପୁଲିସ ଅଧିକାରୀ ସମେତ ୧୦ ମୃତ

କୋଲୋରାଡୋ: ଆମେରିକାର କୋଲୋରାଡୋ ଅନ୍ତର୍ଗତ ବୋଲ୍‌ଡରରେ ଥିବା ଏକ ସୁପରମାର୍କେଟରେ ଗୁଳିମାଡ଼ ଘଟିଛି। ଅଜ୍ଞାତ ବନ୍ଧୁକଧାରୀଙ୍କ ଆଖିବୁଜା ଗୁଳିମାଡ଼ରେ ଜଣେ ପୁଲିସ ଅଧିକାରୀଙ୍କ ସମେତ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଜଣେ ସନ୍ଦିଗ୍ଧକୁ ପୁଲିସ ଗିରଫ କରିନେଇଥିବାବେଳେ ସ୍ଥାନୀୟ ଲୋକଙ୍କୁ ବାହାରକୁ ନ ବାହାରିବା ଲାଗି ନିର୍ଦେଶ ଦେଇଛି।

କୋଲୋରାଡୋ ପୁଲିସର ଜଣେ ଅଧିକାରୀ କହିଛନ୍ତି ଯେ, ଜଣେ ସନ୍ଦିଗ୍ଧକୁ ପୁଲିସ ହେପାଜତକୁ ନେଇଛି। ସେ ଗୁଳିମାଡ଼ରେ ଆହତ ହୋଇଥିଲା। ତାକୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କ’ଣ ପାଇଁ ଏହି ହିଂସାକାଣ୍ଡ ଘଟିଛି ତାହାର କାରଣ ଜଣାପଡ଼ି ନାହିଁ।

ଏହା ପୂର୍ବରୁ ଗତ ସପ୍ତାହରେ ବି ଦକ୍ଷିଣପୂର୍ବ ଜର୍ଜିଆରେ ଏକ ସ୍ପାରେ ଗୁଳିକାଣ୍ଡ ଘଟିଥିଲା। ଏଥିରେ ୮ ଜଣଙ୍କ ମୃତ୍ୟୁ ଘଟିଥିଲା।

Comments are closed.