ଭାରତରେ କରୋନା: ୧୦ ଆରୋଗ୍ୟ, ୭୩ ଚିକିତ୍ସାଧୀନ ଓ ୨ ମୃତ

ନୂଆଦିଲ୍ଲୀ : ସାରା ବିଶ୍ବ ଏବେ କରୋନାକୁ ନେଇ ଆତଙ୍କିତ। କରୋନା ଭାଇରସ୍‌ କାରଣରୁ ସାରା ଦୁନିଆରେ ୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି। ଭାରତରେ ନିଜର କାୟା ବିସ୍ତାର କରି ଚାଲିଥିବା କରୋନା ଯୋଗୁ ୨ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ମୁତାବକ, ଇତିମଧ୍ୟରେ ୮୫ ଜଣଙ୍କ ନମୁନା ପଜିଟିଭ୍ ଆସିଛି। ସେଥି ମଧ୍ୟରୁ ୭୩ ଜଣ ଚିକିତ୍ସାଧୀନ ଥିବାବେଳେ ୧୦ଜଣ ସୁସ୍ଥ ହୋଇସାରିଥିବା ଜଣାପଡ଼ିଛି। ଅପରପକ୍ଷରେ ୨ ଜଣଙ୍କ ମୃତ୍ୟୁ ଘଟିଛି। କରୋନା ସଂକ୍ରମିତଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ଲୋକଙ୍କ ମଧ୍ୟରେ କେରୋନା ନେଇ କୋକୁଆ ଭୟ ସୃଷ୍ଟି ହୋଇଛି। ତେବେ ଅଯଥା ଭୟଭୀତ ନ ହୋଇ ପ୍ରତଷେଧମୂଳକ ବ୍ୟବସ୍ଥା ଗ୍ରହଣ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜନ ସଚେତନତା ସୃଷ୍ଟି କରାଯାଉଛି।

Comments are closed.