ବଜ୍ରପାତରେ ମହିଳା ମୃତ

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ଏରେଣ୍ଡେଇ ଗ୍ରାମରେ ଗୁରୁବାର ଅପରାହ୍ନରେ ବଜ୍ରାଘାତରେ ଜଣେ ଆଦିବାସୀ ମହିଳାଙ୍କର ମୃତ୍ୟୁ ଘଟିଛି । ଏରେଣ୍ଡେଇ ଗ୍ରାମର ଦୁଗା ସାହିର ଗହ୍ମା ମୁଣ୍ଡାଙ୍କ ପତ୍ନୀ ରନ୍ଦାଇ ମୁଣ୍ଡା(୪୭) ତାଙ୍କର ନୂଆ ପ୍ରଧାନମନ୍ତ୍ରୀ ଆବାସ ଗୃହ ପିଣ୍ଡାରେ ବସିଥିବା ସମୟରେ ବଜ୍ରାଘାତରେ ପ୍ରାଣ ହରାଇଛନ୍ତି । ତାଙ୍କ ଘରେ ବିଦ୍ୟୁତ ସଂଯୋଗ ପାଇଁ ମେନ ସୁଇଜ୍ ଆଦି ମଧ୍ୟ ପୋଡି ଯାଇଛି । ଖବର ପାଇ ପାଟଣା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ରନ୍ଦାଇ ମୁଣ୍ଡାକୁ ଉଦ୍ଧାର କରି ପାଟଣା ମେଡିକାଲରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ଶୁଭେନ୍ଦୁ ସାଗର କୁମାର ନାୟକ ରନ୍ଦାଇ ମୁଣ୍ଡାକୁ ରସିଭ୍ ଡେଥ୍ ଘୋଷଣା କରିଥିବା ପାଟଣା ଥାନାଧିକାରିଣୀ ପୁଷ୍ପାଞ୍ଜଳୀ ସାମନ୍ତରାୟଙ୍କ ଠାରୁ ପ୍ରକାଶ ।

Comments are closed.