ବଜ୍ରପାତରେ ଜଣେ ମହିଳା ମୃତ, ଜଣେ ଗୁରୁତର

ଖଡିଆଳ : ନୂଆପଡା ଜିଲା ବୋଡେନ ବ୍ଲକ ଖଇରା ପଞ୍ଚାୟତର ମୁଣ୍ଡା ଗ୍ରାମରେ ମଙ୍ଗଳବାର ବଜ୍ରାଘାତରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ମହିଳା ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତର ଥିବା ମହଳାଙ୍କୁ ଖଡିଆଳ ମିଶନ ଡାକ୍ତରଖାନାରେ ଭର୍ତ୍ତି କରଯାଇଛି।
ସୂଚନା ମୁତାବକ, ମୃତ ଦୁଇ ଜଣ ମହିଳା ମୁଣ୍ଡାଗାଁର ବୈଦୀ ଦଳ(୫୦) ଏବଂ ଗୁଆଦି ଦଳ(୪୮) ମଙ୍ଗଳବାର ଅପରାହ୍ନ ସମୟରେ ଗ୍ରାମ ନିକଟସ୍ଥ ମହୁଲ ଗଛକୁ ଟୋଲ(ମହୁଲ ଚଘର ଏକ ଫଳ) ସଂଗ୍ରହ ପାଇଁ ଯାଇଥିଲେ। ଏହି ସମୟରେ ବର୍ଷା ହେବା ସହ ବିଜୁଳି ଘଡ଼ଘଡ଼ିି ହୋଇଥିଲା। ବଦୀ ଏବଂ ଗୁଆଦି ମହୁଲ ଗଛରେ ଲୁଚିଥିବା ବେଳେ ବଜ୍ରାଘାତ ହେବାରୁ ଘଟଣାସ୍ଥଳରେ ବୈଦୀ ଦଳଙ୍କର ମୃତ୍ୟୁ ହୋଇ ଯାଇଥିଲା। ଗୁରୁତର ଅବସ୍ଥାରେ ଗୁଆଦିଙ୍କୁ ଖଡିଆଳ ମିଶନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

Comments are closed.