ସ୍ୱାଦିଷ୍ଟ ଟମାଟୋ ଚାଟ୍‍

ଆବଶ୍ୟକ ସାମଗ୍ରୀ
ଟମାଟୋ – ୪ଟି ( କଟା ଯାଇଥିବା)
ମଟର – ୧କପ ( ସିଝା ଯାଇଥିବା)
ଆଳୁ – ୧ଟି (ସିଝା ଯାଇଥିବା)
ପିଆଜ – ୧ଟି (କଟା ଯାଇଥିବା)
ଅଦା – ୧ ଚାମଚ (କଟା ଯାଇଥିବା)
କଞ୍ଚା ଲଙ୍କା – ୧ ଚାମଚ (କଟା ଯାଇଥିବା)
ଧନିଆପତ୍ର – ଆବଶ୍ୟକ ପରିମାଣରେ
ଲେମ୍ବୁ ରସ – ୧ ଚାମଚ
ଲଙ୍କା ଗୁଣ୍ଡ – ଅଳ୍ପ
କଳାଲୁଣ – ଆବଶ୍ୟକ ପରିମାଣରେ
ଜିରା ଗୁଣ୍ଡ – ଅଳ୍ପ
ଗରମ ମସଲା – ଅଳ୍ପ
ତେନ୍ତୁଳି ଚଟଣି (ସାମାନ୍ୟ ଚିନି ମିଶା ଯାଇଥିବା)- ଅଳ୍ପ
ଧନିଆପତ୍ର – ଅଳ୍ପ
ଲୁଣ – ସ୍ୱାଦ ଅନୁସାରେ
ତେଲ କିମ୍ବା ଘିଅ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ଟାମାଟୋ ଚାଟ୍‍ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଗ୍ୟାସରେ କଡେଇ ବସାଇ ତେଲ ଗରମ କରନ୍ତୁ। ଏଥିରେ ଅଦା, କଞ୍ଚାଲଙ୍କା, ପିଆଜ ପକାଇ ଭଲ ଭାବେ ଭାଜି ଦିଅନ୍ତୁ। ଏବେ ଏଥିରେ କଟା ଯାଇଥିବା ଟମାଟୋ ,ଲୁଣ ପକାଇ କିଛି ସମୟ ଭାଜନ୍ତୁ। ଏହାପରେ ଏଥିରେ ଗରମ ମସଲା, ଲଙ୍କାଗୁଣ୍ଡ, ଜିରା ଗୁଣ୍ଡ ପକାଇ ୫ ମିନିଟ କଷନ୍ତୁ। ଏବେ ଏଥିରେ ସିଝା ଆଳୁ, ସିଝା ମଟର, ଅଧ କପ ପାଣି ଦେଇ କିଛି ସମୟ ଗ୍ୟାସରେ ବସାନ୍ତୁ। ଏହାପରେ ଏକ ପାତ୍ରକୁ କାଢି ଧନିଆ ଚଟଣି, ତେନ୍ତୁଳି ଚଟଣି, କଳାଲୁଣ, ନିଜ ପସନ୍ଦ ଅନୁଯାୟୀ ଛଣା ସେଉ , କଟା ପିଆଜ , ଧନିଆପତ୍ର ପକାଇ ପାରିବେ। ପ୍ରସ୍ତୁତ ହୋଇଗଲା ଟମାଟୋ ଚାଟ୍‍ ।

Comments are closed.