MEllora 950×100

ଦିନ ଗୋଟାଏ ମୁଖ୍ୟ ଖବର

(୧) ଗୃହରେ ଥମୁନି ଗୁରୁ ତାତି… ଶିକ୍ଷକଙ୍କ ପାଇଁ ପୁଣି ମୁଲତବି ହେଲା ବିଧାନସଭା… ଅପରାହ୍ଣ ୪ଟା ଯାଏଁ ଗୃହକୁ ମୁଲତବି ରଖିଲେ ବାଚସ୍ପତି… ସର୍ବଦଳୀୟ ବୈଠକ ପରେ ସ୍ୱାଭାବିକ ଭାବେ ଚାଲିଥିଲା ଗୃହ କାର୍ଯ୍ୟ… ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ମୁଲତବି ରଖିଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ…

(୨) ଆଜି ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ… ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଂଧ୍ୟା ସାଢ଼େ ୭ଟାରେ ହେବ ଗୁରୁତ୍ୱପୂର୍ଣ୍ଣ ଆଲୋଚନା… ବୈଠକରେ ଉପସ୍ଥିତ ରହି​ବେ ବିଭାଗୀୟ ମନ୍ତ୍ରୀ ଓ ବିଧାୟକ… ବିଭିନ୍ନ ପ୍ରସଙ୍ଗ ଉପରେ ବାଜିପାରେ କ୍ୟାବିନେଟ୍‌ ମୋହର…

(୩) ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା… ୩ଜଣ ସାମ୍ବାଦିକଙ୍କ ମୃତ୍ୟୁ… ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ … ସମସ୍ତ ମୃତକଙ୍କ ପରିବାରକୁ ଜଣାଇଲେ ସମବେଦନା…

(୪) ଅର୍ଚ୍ଚନା ନାଗ ମାମଲା… ଇଡି କାର୍ଯ୍ୟାଳୟରେ ପ୍ରଯୋଜକ ପ୍ରମୋଦ ସ୍ୱାଇଁ… ପ୍ରବର୍ତ୍ତନ ନିର୍ଦେଶାଳୟର ସମନ ପରେ ହାଜର ହେଲେ ପ୍ରମୋଦ… କହିଲେ ଅର୍ଚ୍ଚନା କରୁଥିଲେ ବ୍ଲାକମେଲ୍‌… ଇଡିରୁ ଫେରିଲେ ରଖିବି ପ୍ରତିକ୍ରିୟା… ପୂର୍ବରୁ ପ୍ରମୋଦଙ୍କ ଘରେ ଭଡ଼ାରେ ରହୁଥିଲେ ଅର୍ଚ୍ଚନା…

(୫) ଜାଡ଼ରେ ଥରୁଛି ଓଡ଼ିଶା… ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଶୀତ ଅନୁଭୂତ… ସେମିଳିଗୁଡ଼ା ସବୁଠାରୁ ଥଣ୍ଡା… ସର୍ବନିମ୍ନ ତାପମାତ୍ରା ରହିଛି ୭.୪ ଡିଗ୍ରୀ ସେଲସିୟସ… ଅନେକ ସ୍ଥାନରେ ୧୦ ଡିଗ୍ରୀ ତଳେ ପାରଦ… ଆଗାମୀ ୪ ରୁ ୫ ଦିନ ଯାଏଁ ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ନାହିଁ ସମ୍ଭାବନା…

Comments are closed.