ପାୱାରଟିଲର ଓଲଟି ଜଣେ ମୃତ

ଗଡମଧୁପୁର : ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ମୁକୁନ୍ଦପୁରଠାରେ ପାୱାର ଟିଲର ଓଲଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତ ବ୍ୟକ୍ତି ଜଣକ ହେଲେ ସେହି ଥାନା ଅନ୍ତର୍ଗତ ବରାଳ ସାହି ଗ୍ରାମର କାର୍ତ୍ତକ ଚନ୍ଦ୍ର ସାହୁ(୪୨)। କାର୍ତ୍ତିକ ଦୁଇ ବର୍ଷ ପୁର୍ବେ ନିଜ ପରିବାରର ଭରଣ ପୋଷଣ ନିମନ୍ତେ ଏକ ପାୱାର ଟିଲର କିଣି ହଳ ବେଉଷଣ କରନ୍ତି। ଆଜି ସକାଳୁ ମକୁନ୍ଦପୁର ଗ୍ରାମରେ ବିଲ ବେଉଷଣ କରିବାକୁ ଯାଉଥିବା ବେଳେ ପାୱାରଟିଲର ଓଲଟି ପଡିବା ଫଳରେ ତାଙ୍କ ବେକ ଓ ପେଟରେ ଗୁରତର କ୍ଷତ ହେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ଜାଣିବା ପରେ ପରିବାର ଲୋକଙ୍କ ସହାୟତାରେ ମୃତ ଶରୀରକୁ ଜେନାପୁର ସ୍ଥିତ ତାଙ୍କ ଘରକୁ ନେଇ ଯାଇଥିଲେ। ସେଠାରେ ମୃତଦେହ ପହଞ୍ଚିବା ପରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା।

Comments are closed.