ବିଚ୍‍ ରାସ୍ତାରେ ମହିଳାଙ୍କ କୋଳରେ ସିଂହୀ

ନୂଆଦିଲ୍ଲୀ : ସାଧାରଣତଃ ବନ୍ୟଜନ୍ତୁଙ୍କ ଭିଡିଓ ଦେଖିବାକୁ ଲୋକେ ବେଶ ପସନ୍ଦ କରିଥାଆନ୍ତି। ମାତ୍ର ଅନେକ ସମୟରେ କିଛି ଭିଡିଓ ଦେଖି ଆଶ୍ଚର୍ଯ୍ୟ ମଧ୍ୟ ଲାଗିଥାଏ। ପଶ୍ଚିମ ଏସିଆର ଦେଶ କୁୱେତରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓକୁ ଲୋକେ ଖୁବ ପସନ୍ଦ ମଧ୍ୟ କରୁଛନ୍ତି। ଭିଡିଓରେ ଦେଖାଯାଉଛି ଜଣେ ମହିଳା ଏକ ସିଂହୀକୁ କୋଳରେ ଧରି ନିଜ ଘରକୁ ନେଇ ଯାଉଛନ୍ତି। ଆଉ ସିଂହୀଟି ବହୁତ ଜୋରରେ ଗର୍ଜନ କରୁଛି । ଖାଲି ସେତିକି ନୁହେଁ ମହିଳାଙ୍କ କୋଳରୁ ଓଲ୍ଲାଇବାକୁ ସିଂହୀଟି ମଧ୍ୟ ପ୍ରୟାସ କରୁଥିବା ଦେଖାଯାଉଛି । ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ ଭାଇରାଲ ହେଉଛି। ସିଂହୀଟି ଉକ୍ତ ମହିଳାଙ୍କର ପୋଷା, ସେ ନିଜ ମାଲିକ ଘରୁ ଖସି ପଳାଇ ଆସିଛି। ପରେ ଉକ୍ତ ମହିଳା ସେହି ସିଂହୀଟିକୁ ଉଠାଇ ପୁଣି ନିଜ ଘରକୁ ନେଇ ଯାଇଛନ୍ତି। ମାତ୍ର ଘଟଣାଟି ଦେଖିବା ପରେ ଅନେକ ଲୋକେ ଭୟଭୀତ ହୋଇଛନ୍ତି।

Comments are closed.