ସୀମାରେ ପାକିସ୍ତାନର ଆଇଇଡି ବିସ୍ଫୋରଣ; ଜଣେ ଯବାନ ଶହୀଦ, ୩ ଗୁରୁତର

ଜାମ୍ମୁ: ଜାମ୍ମୁ-କାଶ୍ମୀରର ପଲାମ୍ବାଲା ସେକ୍ଟର ଅନ୍ତର୍ଗତ ସୀମାନ୍ତରେ ପାକିସ୍ତାନର ଖଳ ପ୍ରକୃତି ପଦାକୁ ଆସିଛି। ନିୟନ୍ତ୍ରଣ ରେଖା(ଏଲଓସି) ନିକଟରେ ପାକିସ୍ତାନ ବିଛାଇଥିବା ଆଇଇଡି ବିସ୍ଫୋରଣ ଘଟିବାରୁ ଜଣେ ଭାରତୀୟ ଯବାନ ଶହୀଦ ହୋଇଛନ୍ତି। ଏହା ସହିତ ଅନ୍ୟ ୩ ଯବାନ ଗୁରୁତର ଆହତ ହୋଇଛନ୍ତି। ରବିବାର ଅପରାହ୍ନ ପ୍ରାୟ ୪ଟାରେ ଭାରତୀୟ ସେନାର ଏକ ଗାଡ଼ି ନିୟନ୍ତ୍ରଣ ରେଖା ନିକଟରେ ଯାଉଥିବାବେଳେ ଏହି ଆଇଇଡି ବିସ୍ଫୋରଣ ଘଟିଥିଲା। ଆହତ ଯବାନମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Comments are closed.