ସୁରକ୍ଷାକର୍ମୀ – ଆତଙ୍କବାଦୀ ଗୁଳିବିନିମୟ ; ୨ ଆତଙ୍କୀ ନିହତ

ଶ୍ରୀନଗର : ଜମ୍ମୁ-କାଶ୍ମୀର ଅବନ୍ତୀପୋରାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିୟମ ଘଟିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଏଯାଏଁ ୨ ଜଣ ଆତଙ୍କୀ ନିହତ ହୋଇଛନ୍ତି। ଗୁଳିବିନିମୟ ଜାରି ରହିଥିବା ନେଇ ଖବର ମିଳିଛି। ଆତଙ୍କବାଦୀଙ୍କ ନିକଟରୁ ଗୋଳାବାରୁଦ ଓ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି। ଏହାମଧ୍ୟରେ ଏମ-୪ ରାଇଫଲ, ଗୋଟିଏ ପିସ୍ତଲ ଅନ୍ୟ ଜିିନିଷ ଜବତ କରାଯାଇଛି। ବର୍ତ୍ତମାନ ମଧ୍ୟ ତଲାସି ଅଭିଯାନ ଜାରି ରହିଛି।
ବାନ୍ଦକାପୋରା ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀ ଖବର ପାଇଥିଲେ। ଏହାପରେ ସୁରକ୍ଷାକର୍ମୀ ଉକ୍ତ ଅଞ୍ଚଳକୁ ଘେରାଉ କରିବା ସହ ତଲାସି ଅଭିଯାନ ଆରମ୍ଭ କରିଥିଲେ। ନିଜକୁ ଘେରାଉ ଅବସ୍ଥାରେ ଦେଖି ଆତଙ୍କବାଦୀ ପ୍ରଥମେ ଗୁଳିଚାଳନା ଆରମ୍ଭ କରିଥିଲେ। ସୁରକ୍ଷାକର୍ମୀଙ୍କ ପାଲଟା ଗୁଳିଚାଳନରେ ୨ ଆତଙ୍କୀ ନିହତ ହୋଇଥିଲେ। ଏହି ତଲାସି ଅଭିଯାନରେ ଉଭୟ ପୁଲିସ ଓ ସିଆରପିଏଫ ଟିମ ସାମିଲ ରହିଛନ୍ତି।

 

Comments are closed.