ଶ୍ୱଶୁର ଘରେ ରହିବେ ତପସ୍ୱିନୀ, ମାସକୁ ସୁମିତ ଗଣିବେ ୧୭ ହଜାର

ବ୍ରହ୍ମପୁର: ବହୁ ଚର୍ଚ୍ଚିତ ତପସ୍ୱିନୀ ଦାସ ଓ ଡା. ସୁମିତ ସାହୁଙ୍କ ମାମଲାର ଶୁଣାଣି କରି ଗଂଜାମ ଜିଲ୍ଲା ଦୌରା ଜଜଙ୍କ ଅଦାଲତ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି । ତପସ୍ୱିନୀ ବ୍ରହ୍ମାନଗର ସ୍ଥିତ ନିଜ ଶ୍ୱଶୁର ଘରେ ହିଁ ରହିବେ ବୋଲି ଅଦାଲତ ନିଜ ରାୟରେ କହିଥିବା ଓକିଲ ପ୍ରଦୀପ ବେହେରା ସୂଚନା ଦେଇଛନ୍ତି । ସେହିପରି ଡା. ସୁମିତ ନିଜ ସ୍ତ୍ରୀ ତପସ୍ୱିନୀଙ୍କୁ ପ୍ରତି ମାସରେ ୧୭ ହଜାର ଟଙ୍କା ଦେବେ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ, ପ୍ରେମ ବିବାହ କରିଥିବା ଛତ୍ରପୁର ଅଞ୍ଚଳର ତପସ୍ୱିନୀ ନ୍ୟାୟ ଦାବିରେ ଆଜକୁ ମାସେ ୧୧ ଦିନ ହେବ ବ୍ରହ୍ମପୁର ବ୍ରହ୍ମାନଗର ଦ୍ୱିତୀୟ ଗଲି ସ୍ଥିତ ନିଜ ଶ୍ୱଶୁର ଘର ସମ୍ମୁଖରେ ଧାରଣାରେ ବସିଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ୧୫ ଦିନ ହେବ ବ୍ରହ୍ମାନଗରରେ ୧୪୪ ଧାରା ଜାରି ରହିଛି ।

Comments are closed.