ପିକ୍‌ଅପ୍ ଭ୍ୟାନ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ

ପାଟଣା: କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପାଟଣା-ଟାଙ୍ଗରପଡ଼ା ରାସ୍ତାର ପୁଟୁଳିଆ ନିକଟରେ ଗୁରୁବାର ଏକ ପିକ୍‌ଅପ୍ ଭ୍ୟାନ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ମୃତ ବୃଦ୍ଧା ଜଣକ ପୁଟୁଳିଆ ହୁଡ଼ି ସାହିର ଟୁରି ମୁଣ୍ଡା ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନରେ ପୁଟୁଳିଆ ହୁଡ଼ି ସାହିର ବୃଦ୍ଧା ଟୁରି ମୁଣ୍ଡା ଗାଧୋଇବାକୁ ଯାଉଥିବା ବେଳେ ତାଙ୍କ ଉପରେ ଏକ ବାଉଁଶ ବୋଝେଇ ପିକ୍‌ଅପ୍ ଭ୍ୟାନ ଚଢ଼ିଯିବାରୁ ଘଟଣା ସ୍ଥଳରେ ବୃଦ୍ଧା ଜଣକ ଗୁରୁତର ହୋଇ ପଡିଥିଲେ। ପାଟଣା ଅଗ୍ନିଶମ ବାହିନୀ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଘଟଣା ସ୍ଥଳରୁ ପିକ୍‌ଅପ୍ ଭ୍ୟାନଟି ଫେରାର ହୋଇ ଯାଇଥିବା ବେଳେ ପାଟଣା ପୁଲିସ ଘଟଣାର ତଦନ୍ତ କରୁଛି।

Comments are closed.