ପିକଅପ ଧକ୍କାରେ ଯୁବକ ମୃତ 

ବେଗୁନିଆ : ବେଗୁନିଆ ଥାନା ଧଳାପଥର ଫାଣ୍ଡି ଅନ୍ତର୍ଗତ କୋଦବେରେଣୀ ଛକରେ ଆଜି ଅପରାହ୍ନରେ ଏକ ପିକଅପ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।

ପ୍ରକାଶ ଯେ, କୋଦବେରେଣି ଗ୍ରାମର ସ୍ବର୍ଗତ ଧଡି ପରିଡାଙ୍କ ପୁଅ ଧ୍ରୁବଚରଣ ପରିଡା(୩୦)ତାଙ୍କ ବାଇକ ଓ ଡି୦୨ ବି ପି୧୭୮୦ ଧରି ଗାଁ ଛକରେ ଥିବା ପୋଖରୀକୁ ଗାଧୋଇବାକୁ ଯାଉଥିବାବେଳେ ବାଘମାରିରୁ ଧଳାପଥର ଅଭିମୁଖେ ଆସୁଥିବା ଏକ ପିକଅପ ନଂ ଓ ଡି୨୫ ଜି୪୭୦୧ ଦ୍ରୁତଗତିରେ ଆସି ତାଙ୍କୁ ଘଟଣାସ୍ଥଳରେ ଧକ୍କା ଦେଇଥିଲା । ଫଳରେ ସେ ଗାଡିରୁ ଛିଟିକି ତଳେ ପଡି ଆହତ ହୋଇଥିଲେ ।ସଂଗେ ସଂଗେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଧଳାପଥର ଡାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଖୋର୍ଦ୍ଧା ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଖୋର୍ଦ୍ଧା ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ବେଗୁନିଆ ଥାନା ଏସ ଆଇ ଶ୍ରୀକାନ୍ତ ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ଗାଡି ଦୁଇଟିକୁ ଜବତ କରି ଥାନାକୁ ଆଣିଥିବାବେଳେ ୯୫/୨୧ ନଂ କେଶ ରୁଜୁ କରି ଘଟଣାର ତଦନ୍ତ କରୁଛନ୍ତି ।

Comments are closed.