ଗାଡି ଧକ୍କାରେ ଜଣେ ମୃତ: ଗାଡି ଜବତ, ଡ୍ରାଇଭର ଗିରଫ

ବେଗୁନିଆ: ବାଘମାରୀ ଥାନା ଅନ୍ତର୍ଗତ ବାଘମାରୀ ପେଟ୍ରୋଲ ଟାଙ୍କି ନିକଟରେ ଏକ ପିଡିଏସ କିରୋସିନ ବୋଝେଇ ଟ୍ୟାଙ୍କର ଜଣେ ବ୍ୟକ୍ତିଙ୍କ ଉପରେ ମାଡିଯିବାରୁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ବାଘମାରୀ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଗାଡିଟିକୁ ଜବତ କରିବା ସହିତ ଡ୍ରାଇଭରକୁ ଗିରଫ କରିଛି। ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ଖୋର୍ଦ୍ଧା ଡାକ୍ତରଖାନାକୁ ପଠାଯାଇଛି।

ବାଘମାରୀ ପଂଚାୟତ ଅଧିନସ୍ଥ ଶରଧାପୁର ଗ୍ରାମର ମହମ୍ମଦ ମଞ୍ଜୁର(୫୦) ଆଜି ଦିନ୧୨ଟା ସମୟରେ ରାସ୍ତା ପାର ହୋଇ ଆସୁଥିବା ବେଳେ ଖୋର୍ଦ୍ଧାରୁ ନୟାଗଡ ଅଭିମୁଖେ ଯାଉଥିବା ଏକ ପିଡିଏସ କିରୋସିନ ବୋଝେଇ ଗାଡି ତାଙ୍କୁ ଧକ୍କା ଦେଇଥିଲା। ସେ ତଳେ ପଡିଯିବା କ୍ଷଣି ତାଙ୍କ ପେଟ ଉପରେ ଆଗ ଚକା ମାଡିଯାଇଥିଲା ଏବଂ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ବାଘମାରୀ ପୋଲିସ ଖବର ପାଇ ଗାଡିଟିକୁ ଜବତ କରି ଥାନାକୁ ଆଣିଥିବାବେଳେ ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ଜଗଦଲପୁର ଗ୍ରାମର ଡ୍ରାଇଭର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ଗିରଫ କରିଛି। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାରକୁ ହସ୍ତାନ୍ତର କରାଯାଇଛି।

Comments are closed.