ଟ୍ରକ ପଛକୁ ପିଟିଲା କାର, ଜଣେ ମୃତ ଓ ୩ ଆହତ

ପାରାଦୀପ: ଜଗତସିଂହପୁର-ପାରାଦୀପ ରାସ୍ତାର ଗଡଲୋକନାଥ ମନ୍ଦିର ଗଡାରେ ଏକ ଟ୍ରକ୍ ପଛରେ କାର ପିଟି ହୋଇଯିବାରୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।

୪ ଜଣ ସାଙ୍ଗ କାର ଯୋଗେ ଭୂତମୁଣ୍ଡାଇ ଯାଉଥିବା ବେଳେ ସାମ୍ନାରେ ଥିବା ଏକ ୧୪ ଚକିଆ ଟ୍ରକ୍ ହଠାତ ବ୍ରେକ୍ ମାରିବାରୁ କାରଟି ଟ୍ରକ୍ ପଛରେ ପିଟି ହୋଇଯାଇଥିଲା। ଖବରପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଅଠରବାଙ୍କି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ମାତ୍ର ଡାକ୍ତର ସେଠାରେ ଜଣଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ଜଣକ ନୂଆବଜାର କଲୋନୀର ସାରଦା ସ୍ବାଇଁ। ଆହତଙ୍କ ମଧ୍ୟରୁ ୨ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଜଣେ ଯୁବକ ସାମାନ୍ୟ ଆହତ ହୋଇଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି।

Comments are closed.