ଏସ୍‌ସିବିରେ ପ୍ରଥମ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ

କଟକ: ଏସ୍‌ସିବି ମେଡିକାଲରେ ମଙ୍ଗଳବାର ଜଣେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କେନ୍ଦ୍ରପଡା ଜିଲା ଆଳି ଅଞ୍ଚଳର ଜଣେ ମହିଳା । ସୂଚନାଯୋଗ୍ୟ, ଗତ ୨୯ରେ ସେ ଏସ୍‌ସିବି ଡେଙ୍ଗୁ ୱାର୍ଡରେ ଭର୍ତ୍ତି ହୋଇଥିଲେ। ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ହୋଇଛି । ଚଳିତ ବର୍ଷ ଏସ୍‌ସିବି ମେଡିକାଲରେ ପ୍ରଥମ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ହୋଇଛି ଜଣାପଡିଛି ।

Comments are closed.