ଦୁର୍ଘଟଣାରେ ୧ ମୃତ, ୪ ଆହତ – ଆହତଙ୍କୁ ମେଡିକାଲ ନେଲା ‘ସମାଜ’

ସୋର: ବାଲେଶ୍ୱର ଜିଲ୍ଲା ୨୬ନଂ ଜାତୀୟ ରାଜପଥରେ ଦୁଇଟି ଦୁର୍ଘଟଣାରେ ଜଣଙ୍କର ମୁତ୍ୟୁ ହେବା ସହ ୪ ଜଣ ଆହତ ହୋଇଛନ୍ତି। ଗତ ରାତି ୧ଟା ବେଳେ ୧୬ ନଂ ଜାତୀୟ ରାଜପଥ ଖନ୍ତାପଡା ଥାନା ଗୌଡୁଣୀ ପୋଖରୀ ନିକଟରେ ଅଜଣା ଗାଡି ଧକାରେ ଜଣେ ବାଇକ ଆରୋହୀର ଘଟଣାସ୍ଥଳରେ ମୁତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ବ୍ୟକ୍ତିଙ୍କୁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସେହିପରି ଶୁକ୍ରବାର ସକାଳ ୭ଟାରେ ଜାତୀୟ ରାଜପଥ ଖନ୍ତାପଡା ଥାନା ବେଗୁନିଆଠାରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ର୍ଜିତାଳ ଗ୍ରାମର ବିଦ୍ୟାଧର ବିଶ୍ବାଳ, ଯାଜପୁରର ମଦନମୋହନ ରାଉତ, କୁଆଖିଆର ଜିତେନ୍ଦ୍ର ବେହେରା ଗୁରୁତର ହୋଇଛନ୍ତି। ଆହତମାନଙ୍କୁ ‘ସମାଜ’ ଖବରକାଗଜ ଗାଡିରେ ବାଲେଶ୍ବର ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇ ଦିଆଯାଇଛି।

Comments are closed.