ଗଛ ପଡି ଛାତ୍ରୀ ମୃତ

0

ବାରିପଦା: ବାରିପଦାଠାରୁ ୧୨ କିଲୋମିଟର ଦୂର କୁଳିଅଣା ଥାନା ଇଲାକାର ସାନଜୁଣବଣୀ ଗ୍ରାମରେ ବୁଧବାର ସନ୍ଧ୍ୟା ସାଢେ ୫ଟା ସମୟରେ ଗ୍ରାମ ନିକଟ ଖେଳ ପଡିଆରେ ୮/୧୦ ଜଣ ପିଲା ଖେଳୁଥିଲା ବେଳେ ହଠାତ୍‍ ଏକ ରିଠା ଗଛ ମୂଳରୁ ଗଛ ଭାଙ୍ଗି ପଡିଥିଲା। ଫଳରେ ଖେଳୁଥିବା ପିଲାମାନଙ୍କ ମଧ୍ୟରୁ ଜଣେ ଝିଅ ପିଲା ଉପରେ ଗଛ ଭାଙ୍ଗି ପଡିଯିବାରୁ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ମୃତକ ଝିଅ ଜଣକ ଆଦ୍ୟାଶା ନାଏକ(୮) ଓ ସେ ଗାଁ ସ୍କୁଲର ତୃତୀୟ ଶ୍ରେଣୀର ଛାତ୍ରୀ ଏବଂ ଛତିଶ ନାଏକଙ୍କ ଝିଅ ବୋଲି ଜଣାଯାଇଛି। ଖବର ପାଇ ଘଟଣାସ୍ଥଳରେ କୁଳିଅଣା ପୁଲିସ ପହଞ୍ଚିଥିଲା ଏବଂ ଏଥିନେଇ କୁଳିଅଣା ଥାନାରେ ୨୯/୧୮ ନମ୍ବରର ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଆଗାମୀ ଗୁରୁବାର ସ୍ଥାନୀୟ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାଯାଇଛି। ଏହି ଅଘଟଣ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

Comments
Loading...