୨୯ ଖଣ୍ଡ ଶାଳପଟା ଜବତ, ଜଣେ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲା ରାଇକିଆ ବନ ବିଭାଗ ପକ୍ଷରୁ ଗୁରୁବାର ଗମାଣ୍ଡି ଗ୍ରାମରେ ଚଢାଉ କରି ଜଣେ ବ୍ୟକ୍ତିଙ୍କ ଘରୁ ୨୯ ଖଣ୍ଡ ଶାଳପଟା ଜବତ କରିଛି। ବେଆଇନ ଭାବେ ଶାଳପଟା ଗଛିତ ଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗର ଏକ ଟିମ୍‍ ଚଢାଉ କରିଥିଲା। ଏହି ଘଟଣାରେ ବନ ବିଭାଗ ଶେଷଦେବ ଦିଗାଲ ନାମକ ଜଣେ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ବନ ବିଭାଗ ପକ୍ଷରୁ କେସ ନଂ ୪୭/୨୦ରେ ଏକ ମାମଲା ରୁଜୁ କରାଯାଇଥିବା ରେଞ୍ଜର ସୁନିଲ୍‍ ସାହୁ ପ୍ରକାଶ କରିଛନ୍ତି।

Comments are closed.