୨୨ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ

ଫୁଲବାଣୀ : କନ୍ଧମାଳ ଜିଲା ଗୋଚ୍ଛାପଡା ଥାନା ସୁନାମୁଦି ପୋଲ ଉପରୁ ଆଜି ବେଆଇନ ଭାବେ ଚାଲାଣ କରାଯାଉଥିବା ବେଳେ ପୁଲିସ ୨୨ କିଲୋ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ପ୍ରସନ୍ନ ରଣା ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୁଲିସ। ଗିରଫ ବ୍ୟକ୍ତିର ଘର ସଲାଗୁଡା ପଂଚାୟତ ପିନିକିମେଣ୍ଡି ବୋଲି ଜଣାପଡିଛି।
ସୂଚନା ମୁତାବକ, ଗୋଚ୍ଛାପଡା ପୁଲିସ କୌଣସି ସୂତ୍ରରୁ ଖବର ପାଇ ସୁନାମୁଦି ପୋଲଠାରେ ଅପେକ୍ଷା କରିଥିବା ବେଳେ ସେହି ରାସ୍ତା ଦେଇ ଯାଉଥିବା ଏକ ବାଇକକୁ ଅଟକାଇ ଥିଲା। ବାଇକକୁ ଯାଂଚ କରିବାରେ ସେଥିରେ ୨୨ କିଲୋ ଗଞ୍ଜେଇ ରହିଥିବା ଦେଖିବାକୁ ମିଲିଥିଲା। ପୁଲିସ ଗଂଜେଇ ସହ ବାଇକକୁ ଜବତ କରିଛି। ଏହି ଗଂଜେଇ ସଲାଗୁଡାରୁ ଫୁଲବାଣୀ ଚାଲାଣ କରାଯାଉଥିବା ଜଣାଯାଇଛି।