ନାବାଳିକା ଅପହରଣ ମାମଲାରେ ଯୁବକ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଖଜୁରିପଡା ଥାନା ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ କରି ନିଜ ଘରେ ରଖି ତା ସହିତ ବାହାଘର ପାଇଁ ସଜବାଜ ଚଳାଇଥିବା ଅଭିଯୋଗରେ ଖଜୁରିପଡା ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଗିରଫ ଯୁବକର ନାମ ବେଲାଳସେନ ଗଣ୍ଡା(୨୦) ବୋଲି ଥାନା ପକ୍ଷରୁ ସୂଚନା ମିଳିଛି।

ଖବର ପ୍ରକାରେ, ଖଜୁରିପଡା ଥାନା ଅଞ୍ଚଳର ଜଣେ ନାବାଳିକାକୁ ଫୁଲବାଣୀ ସଦରଥାନା ଅନ୍ତର୍ଗତ ବେଣାକେରା ଗ୍ରାମର ବେଲାଳସେନ ଗଣ୍ଡା ଗତ ମାସ ୨ ତାରିଖରେ ଅପହରଣ କରି ନେଇ ତାକୁ ନିଜ ଘରେ ରଖିଥିଲା। ନାବାଳିକା ସହିତ ଯୁବକ ଜଣକ ବିବାହ କରିବାକୁ ମଧ୍ୟ ଯୋଜନା କରୁଥିଲା। ଏ ନେଇ ନାବାଳିକାର ପିତା ଖଜୁରିପଡା ଥାନାରେ ଝିଅର ଅପହରଣ ହୋଇଥିବା ନେଇ ଏକ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ ଖଜୁରିପଡା ଥାନା ପୁଲିସ କେସ ନଂ ୧୦୭ା୨୦ରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ବେଲାଳସେନ ନାବାଳିକାକୁ ତାଙ୍କ ଘରେ ରଖିଥିବା ଖବର ପାଇବାପରେ ଖଜୁରିପଡା ଥାନା ପୁଲିସ ଉକ୍ତ ଯୁବକର ଘରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରିବା ସହିତ ଯୁବକକୁ ଗିରଫ କରି ଆଜି ଡ଼ାକ୍ତରି ମାଇନା ପରେ କୋର୍ଟଚାଲାଣ କରାଯାଇଥିବା ଖଜୁରିପଡା ଥାନା ଅଧିକାରୀ ରମାକାନ୍ତ ପାତ୍ର ସୂଚନା ଦେଇଛନ୍ତି।

Comments are closed.