ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନାବାଳିକାକୁ ଅପହରଣ, ଅଭିଯୁକ୍ତ ଗିରଫ

ବେଗୁନିଆ: ବେଗୁନିଆ ବ୍ଲକ ବଡ଼ବେରଣା ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ଲକ୍ଷ୍ମୀଧର ସାହୁଙ୍କ ସହିତ ସଞ୍ଜୟ ଛାଟୋଇଙ୍କ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କିଛି ମାସ ତଳେ ଗଣ୍ଡଗୋଳ ଘଟିଥିଲା । ଏଥିରେ ସଞ୍ଜୟ ଦୋଷୀ ସାବ୍ୟସ୍ତ ହୋଇ କୋର୍ଟ ଚାଲାଣ ହୋଇଥିଲେ । ଗତକାଲି ଲକ୍ଷ୍ମୀଧରଙ୍କ ନାବାଳିକା ଝିଅକୁ ସଞ୍ଜୟ ଅପହରଣ କରିବା ସମୟରେ ଲକ୍ଷ୍ମୀଧରଙ୍କ ପତ୍ନୀ ପୁଷ୍ପାଞ୍ଜଳି ଏଥିରେ ବାଧା ସୃଷ୍ଟି କରିବାରୁ ତାଙ୍କୁ ମାରପିଟ କରିଥିଲେ । ଏନେଇ ବେଗୁନିଆ ଥାନାରେ ଅଭିଯୋଗ ପରେ ଉପଆରକ୍ଷୀ ଅଧିକାରୀ ରବୀନ୍ଦ୍ର କୁମାର ପଣ୍ଡା ଘଟଣାର ତଦନ୍ତ କରି ସଞ୍ଜୟଙ୍କୁ କୋର୍ଟ ଚାଲାଣ କରିଛନ୍ତି ।

Comments are closed.