ତିନି ଚୋରା ବାଇକ ଜବତ, ଆସାମୀ ଗିରଫ

ବୁଗୁଡ଼ା : ବୁଗୁଡ଼ା ଥାନା ଅନ୍ତର୍ଗତ ନିମପଦର ଗ୍ରାମର ରିଙ୍କୁ ନାୟକକୁ ବାଇକ ଚୋରି ଅଭିଯୋଗରେ ସୋମବାର ଦିନ ବୁଗୁଡ଼ା ପୁଲିସ ଏସ୍ଆଇ କାର୍ତ୍ତିକ ନାୟକ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ଏହାସହ ତିନୋଟି ବାଇକ ଜବତ କରିଥିବା ଜଣାପଡ଼ିଛି। ଏନେଇ ବୁଗୁଡ଼ା ଥାନାରେ କେସ୍ ନଂ ୩୫୨/୨୦ରେ ଏକ ମାମଲା ରୁଜୁ ହୋଇଛି।

ପ୍ରକାଶ ଯେ, ନିମପଦର ଗାଁର ରିଙ୍କୁ ନାୟକ ବିଭିନ୍ନ ସ୍ଥାନରୁ ବାଇକ ଚୋରି ହୋଇଥିବା ମାମଲାରେ ସମ୍ପୃକ୍ତ ଥିବା ଜାଣିପାରି ବୁଗୁଡ଼ା ପୁଲିସ ତାକୁ ରବିବାର ରାତିରେ ଉଠାଇ ଆଣିଥିଲା। ତେବେ ସେ ପୋଲିସ ଆଗରେ ବାଇକ ଚୋରିରେ ସମ୍ପୃକ୍ତ ଥିବା ସ୍ୱୀକାର କରିବା ପରେ ପୁଲିସ ତାକୁ ଗିରଫ କରି ସୋମବାର ଦିନ କୋର୍ଟ ଚାଲାଣ କରିଛି।

Comments are closed.