ଟିକାକରଣ ଟପିଲା ୧.୫୫କୋଟି : ଆଜି କୋରାପୁଟରେ ଟିକାଦାନ ବନ୍ଦ

ଭୁବନେଶ୍ୱର : ରାଜ୍ୟରେ ଚାଲିଥିବା ଟିକାକରଣ ଅଭିଯାନରେ ସୋମବାର ୧୩୧୫ଟି କେନ୍ଦ୍ରରେ ୨ଲକ୍ଷ ୧୮ହଜାର ୭୧୫ ହିତାଧିକାରୀ ଟିକା ନେଇଛନ୍ତି। ଏହାକୁ ନେଇ ରାଜ୍ୟର ସଂଖ୍ୟା ୧କୋଟି ୫୫ଲକ୍ଷ ୧୦ହଜାର ୨୩୩ରେ ପହଞ୍ଚିଛି। ଆସନ୍ତାକାଲି କୋରାପୁଟରେ ଟିକାଦାନ ହେବନାହିଁ। ଅନ୍ୟ ୨୯ଟି ଜିଲାର ୧୧୯୭ଟି କେନ୍ଦ୍ରରେ ଟିକାକରଣ ହେବ। ସରକାରଙ୍କ ହାତରେ ୮ଲକ୍ଷ ୨୧ହଜାର ୨୦ପାନ ‘କୋଭିସିଲଡ’ ଏବଂ ୧ଲକ୍ଷ ୬୬ହଜାର ୧୦ପାନ ‘କୋଭାକ୍ସିନ୍’ ଟିକା ରହିଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Comments are closed.