ଦୂତୀ ଚାନ୍ଦଙ୍କୁ ଦେଢ କୋଟି ଟଙ୍କା ପୁରସ୍କାର

0

ଭୁବନେଶ୍ୱର : ଦୂତୀ ଚାନ୍ଦଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଦେଢ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି । ସେମାବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ୧୯୯୮ ଏସିଆନ୍ ଗେମ୍‌ସରେ ଓଡ଼ିଆ ଆଥ୍‌ଲେଟ୍ ରଚିତା ପଣ୍ଡା ମିସ୍ତ୍ରୀ ୧୦୦ ମିଟର ଦୌଡର ବ୍ରୋଞ୍ଜ ପଦକ ଜିତିଥିଲେ । ଏହାର ୨୦ ବର୍ଷ ପରେ ଦୂତୀ ଚାନ୍ଦ ଏହି ବର୍ଗରେ ରୌପ୍ୟ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି ।

ଗତକାଲି ଜାକାର୍ତ୍ତାରେ ଚାଲିଥିବା ଏସୀୟ କ୍ରୀଡାରେ ଓଡିଆ ଝିଅ ଦୂତୀ ଚାନ୍ଦ ୧୦୦ ମିଟର ଦୌଡର ଫାଇନାଲରେ ରୌପ୍ୟ ପଦକ ଜିତିଛନ୍ତି । ସେ ଏହି ଦୂରତାକୁ ୧୧.୩୨ ସେକେଣ୍ଡରେ ଅତିକ୍ରମ କରି ଆଥଲେଟ୍‌ରେ ଓଡିଶା  ସହ ଦେଶ ପାଇଁ ଗୌରବ ଅର୍ଜନ କରିଛନ୍ତି ।

Leave A Reply