ନିୟମିତ ଦରମା ନ ଦେଲେ କାମ ବନ୍ଦ

ରେଙ୍ଗାଲିକ୍ୟାମ୍ପ :  ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ  ଏକ  କମ୍ପାନୀ ଦ୍ଵାରା ନିଯୁକ୍ତ ସିକ୍ୟୁରିଟି ଗାର୍ଡ ମାନେ ଧାରଣାରେ ବସିଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି  ଧାରଣା  ଚାଲୁରହିବ ବୋଲି ସେମାନେ ପ୍ରକାଶ କରିଛନ୍ତି ।ପ୍ରକାଶ ଥାଉକି ଏକ  ବେସରକାରୀ  କମ୍ପାନୀ ଏମାନଙ୍କୁ ତାଲିମ ପ୍ରଦାନ କରି ମାସିକ ୮’୨୫୧ ଟଙ୍କା ବେତନ ହାରରେ  ବ୍ଲକ ର  ଲହଣ୍ଡା , ଜହ୍ନାପଡ଼ା,କୁମେଲସିଂହ, କାଦୋବାହାଳ,ଅତାବିରା  ପାହାରଶ୍ରିଗିଡା ଆଦି ପ୍ରାଥମିକ  ସ୍ବାସ୍ଥ୍ୟ କେନ୍ଦ୍ର ମାନଙ୍କରେ  ସିକ୍ୟୁରିଟି ପଦବୀରେ ନିଯୁକ୍ତି କରିଥିଲେ ଗତ ଜାନୁଆରୀ ମାସ ୨୧ତାରିଖରୁ ।  କିନ୍ତୁ କାମ କଲାପରେ ଦରମା ପାଇଁ ବହୁତ୍ ହଇରାଣ କରୁଛି କମ୍ପାନୀ । ମାସ ପୁରିଲା ପରେ ବାରମ୍ବାର ଫୋନ କରିବା ପରେ  ବହୁ କଷ୍ଟରେ ପଇସା  ମିଳୁଥିଲା। କିନ୍ତୁ ଗତ ସେପ୍ଟେମ୍ବର ମାସରୁ  ଆଉ  ମୋଟେ ଦରମା ମିଳୁନି କି ଫୋନ କଲେ ମଧ୍ୟ କମ୍ପାନୀ ଆଉ ଫୋନ ଉଠାଉ ନାହିଁ। ଏହି  କମ୍ପାନୀ ର ମୁଖ୍ୟ କେନ୍ଦ୍ର ଦିଲ୍ଲୀର , ଶାଖା ରହିଛି ସମ୍ବଲପୁର ରେ।  ତେଣୁ ସମ୍ବଲପୁରର ଦାୟିତ୍ୱରେ ଥିବା  ଫିଲ୍ଡ ଅଫିସର ଙ୍କୁ ମଧ୍ୟ ଏ ବିଷୟରେ ଜଣାଇଥିଲେ। କିନ୍ତୁ ସେ ମଧ୍ୟ କିଛି ଶୁଣି ନଥିବା ଏମାନେ ଅଭିଯୋଗ କରିଛନ୍ତି। ତେଣୁ ଶେଷ ତିନିମାସର ବକେୟା ଦରମା ସହ ନିୟମିତ ଦରମା ନ ମିଳିବା ପର୍ଯ୍ୟନ୍ତ କାମ କରିବେ ନାହିଁ ବୋଲି ସେମାନେ ଜିଦ୍ ଧରିବସିଛନ୍ତି । ଏହି  ଧାରଣାରେ ସୁବଳ ମହାନନ୍ଦ,ଜଗନ୍ନାଥ ଜାମଦୋଲିଆ,ରାଜେଶ ପ୍ରଧାନ,ସଚିନ ପ୍ରଧାନ,ସମୀର ଖମାରୀ,ଗୋପାଳ ଦୀପ,ସରୋଜ ଶ୍ୟାମ,ଶୁଭେନ୍ଦୁ ମହାପାତ୍ର,ମୁକେଶ ପ୍ରଧାନ,ସୁମନ କାନ୍ତା,ଆକାଶ ପ୍ରଧାନ,ଯଶୋବନ୍ତ  ଜଗଦ୍ଦଳା ପ୍ରମୁଖ ସାମିଲ ହୋଇଛନ୍ତି।

Comments are closed.