+୨ରେ ଖାଲି ପଡ଼ିଛି ୧.୨୫ ଲକ୍ଷ ସିଟ୍‌

ଭୁବନେଶ୍ବର : ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା କନିଷ୍ଠ ମହାବିଦ୍ୟାଳୟ(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ରେ ଯୁକ୍ତ ଦୁଇ ସ୍ପଟ୍‌ ନାମଲେଖା ସରିବା ପରେ ରାଜ୍ୟରେ ମୋଟ ୧ଲକ୍ଷ ୨୫ ହଜାର ୧୯ ସିଟ୍‌ ଖାଲି ରହିଛି। ଚଳିତ ଶିକ୍ଷାବର୍ଷ ୨୦ ହଜାର ଛାତ୍ରଛାତ୍ରୀ ସ୍ପଟ୍‌ରେ ନାମ ଲେଖାଇଛନ୍ତି। ୨୦୩୨ କନିଷ୍ଠ ମହାବିଦ୍ୟାଳୟର ସମୁଦାୟ ୪ ଲକ୍ଷ ୪୨ ହଜାର ୭୮୨ ସିଟ୍‌ ମଧ୍ୟରୁ ୩ ଲକ୍ଷ ୧୭ ହଜାର ୭୬୩ ସିଟ୍‌ ପୂରଣ ହୋଇଛି। ଦୁଇ ଦିନ ପୂର୍ବେ ମାଧ୍ୟମିକ ଶିକ୍ଷା ପରିଷଦ(ଏଚ୍‌ଏସ୍‌ଇ ବୋର୍ଡ) ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଫଳ ପ୍ରକାଶ ପାଇବା ପରେ ବିଭାଗ ପକ୍ଷରୁ ଖାଲିଥିବା ସିଟ୍‌ରେ ନାମଲେଖା ପାଇଁ ପ୍ରକ୍ରିୟା ଅରମ୍ଭ ହୋଇଛି। +୨ କଳା, ବାଣିଜ୍ୟ, ବିଜ୍ଞାନ, ଧନ୍ଦାମୂଳକ ଶିକ୍ଷା, ସଂସ୍କୃତ ପାଠ୍ୟକ୍ରମରେ ନାମଲେଖା ସରିଛି। ଗଞ୍ଜାମ ଜିଲାରେ ସର୍ବାଧିକ ୧୨ ହଜାର ୮୬୩ ଟି ସିଟ୍‌ ଖାଲିଥିବାବେଳେ ଦେଓଗଡ ଜିଲାରେ ସର୍ବନିମ୍ନ ୪୦୭ଟି ସିଟ୍‌ ଖାଲି ରହିଛି। ଅନୁଗୋଳରେ ୨୮୮୪, ବାଲେଶ୍ବରରେ ୮୩୦୬, ବରଗଡ଼ରେ ୨୭୧୦, ଭଦ୍ରକରେ ୪୪୪୨, ବଲାଙ୍ଗୀରରେ ୩୫୩୯,ବୌଦ୍ଧରେ ୭୯୩, କଟକରେ ୮୪୩୧, ଢେଙ୍କାନଳରେ ୩୭୫୪,ଗଜପତିରେ ୨୩୦୭,ଜଗତ୍‌ସିଂହପୁରରେ ୪୨୩୩, ଯାଜପୁରରେ ୭୨୨୭, ଝାରସୁଗୁଡ଼ା ଜିଲାରେ ୧୨୦୫ଟି ସିଟ୍‌ ଖାଲି ରହିଛି। ସେହିପରି କଳାହାଣ୍ଡି ଜିଲା​‌େ​‌ର ୧୯୩୧, କେନ୍ଦ୍ରାପଡ଼ାରେ ୫୬୭୦, କେନ୍ଦୁଝରରେ ୨୯୦୫, ଖୋର୍ଦ୍ଧାରେ ୧୦୯୦୭, କୋରାପୁଟରେ ୩୯୨୬, ମାଲକାନଗିରି ୧୪୩୯, ମୟୁରଭଞ୍ଜ ୫୪୨୩, ନବରଙ୍ଗପୁର ୩୨୩୨, ନୟାଗଡ଼ ୨୨୦୯,ନୂଆପଡ଼ା ୧୮୯୧, ପୁରୀରେ ୬୦୨୫, ରାୟଗଡ଼ାରେ ୨୩୮୩, ସମ୍ବଲପୁରରେ ୨୬୭୧, ସୋନପୁରରେ ୧୭୩୩ ଓ ସୁନ୍ଦରଗଡ଼ରେ ୫୯୬୦ ସିଟ୍‌ ଖାଲି ରହିଛି। କଳାରେ ୩୦ ହଜାର ୪୮, ବିଜ୍ଞାନରେ ୬୭ ହଜାର ୨୮୭, ବାଣିଜ୍ୟରେ ୧୮ହଜାର ୨୨୬, ସଂସ୍କୃତରେ ୪୨୭୮ ଓ ଧନ୍ଦାମୂଳକ ଶିକ୍ଷାରେ ୫୧୮୦ ସିଟ୍‌ ଖାଲି ରହିଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଖାଲିଥିବା ସିଟ୍‌ ପାଇଁ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିିତ ହେବ। ଏଥିରେ ଖାଲିଥିବା ସିଟ୍‌ ପାଇଁ ଛାତ୍ରଛାତ୍ରୀ ନାମ ଲେଖାଇପାରିବେ। ପୂଜା ଛୁଟି ପରେ ନିର୍ଦେଶାଳୟ ପକ୍ଷରୁ ବିସ୍ତୃତ କାର୍ଯ୍ୟସୂଚୀ ପ୍ରକାଶ ପାଇବ। ନଭେମ୍ବର ପ୍ରଥମ ସପ୍ତାହରେ ବଳକା ସିଟ୍‌ ପାଇଁ ୨ୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Comments are closed.