ମୁଖୀଗୁଡା ଜଗନ୍ନାଥ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ରୁପା ସାମଗ୍ରୀ ଚୋରି

ମୁଖୀଗୁଡା : କଳାହାଣ୍ଡି ଜିଲ୍ଲା ମୁଖୀଗୁଡା ଜଗନ୍ନାଥ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ରୁପା ଅଳଙ୍କାର , ପିତଳ ସାମଗ୍ରୀ ,ହୁଣ୍ଡିରେ ଥିବା ଟଙ୍କା ଗତ ରାତିରେ ଚୋରି ହୋଇଥିବା ଜଣାପଡିଛି । ଆଜି ସକାଳ ପ୍ରାୟ ୫ଟା ୩୦ମିନିଟ ସମୟରେ ମନ୍ଦିର ପୂଜକ ମନ୍ଦିର ଭିତରକୁ ପହଞ୍ଚିବା ପରେ ଦେଖିବାକୁ ପାଇଲେ ଯେ ମନ୍ଦିର ଦକ୍ଷିଣ ଦ୍ୱାର ତାଲା ଭାଙ୍ଗି ଯାଇଛି ପରେ ସେ ଦେଖିବାକୁ ପାଇଲେ ଯେ ହୁଣ୍ଡିର ତାଲା ଭଙ୍ଗା ଯାଇଛି । ଭଗବାନଙ୍କ ତିନୋଟି ରୁପା ମୁକୁଟ ସହ ,ଅଣ୍ଟା ପାତିଆ ,ପୂଜା ପାଇଁ ବ୍ୟବହାର କରାଯାଉଥିବା ପିତଳ ସାମଗ୍ରୀ ଚୋରି ହୋଇଯାଇଛି। ଏନେଇ ସେ ମନ୍ଦିର ପରିଚାଳନା କମିଟିକୁ ଜଣାଇବା ପରେ ମୁଖୀଗୁଡା ଫାଣ୍ଡି ଅଧିକାରୀ ଙ୍କୁ ସୂଚନା ଦିଆଯାଇଛି । ହୁଣ୍ଡିରେ ପ୍ରାୟ ୩୦ରୁ ୪୦ହଜାର ଟଙ୍କା ଥିବା ଅନୁମାନ କରାଯାଉଛି ସେହିପରି ଚୋରି ସାମଗ୍ରୀର ମୂଲ୍ୟ ୧୦ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଆକଳନ କରାଯାଇଛି।

Comments are closed.