ସ୍କୁଲରେ ବିଷ ପିଇଲେ ନାବାଳିକା

ବ୍ରହ୍ମପୁର: ଦିଗପହଣ୍ଡି ନିକଟ ଗୋକର୍ନେଶ୍ୱର୍ ଉଚ୍ଚ ବିଦ୍ୟାଳୟର ଜଣେ ଛାତ୍ରୀ ଆଜି ସକାଳୁ ବିଦ୍ୟାଳୟ ଭିତରେ କୌଣସି ବିଷାକ୍ତ ପଦାର୍ଥ ପିଇ ଗୁରୁତର ହୋଇପଡିଛନ୍ତି । ତାଙ୍କୁ ପ୍ରଥମେ ଦିଗପହଣ୍ଡି ଓ ପରେ ବ୍ରହ୍ମପୁର ଡାକ୍ତରଖାନାରେ ଚିକତ୍ସା ପାଇଁ ଭର୍ତି କରାଯାଇଛି । ସେ ବିଦ୍ୟାଳୟକୁ ଯିବାର କିଛି ସମୟ ପରେ ଗୁରୁତର ହୋଇପଡ଼ିଥିବା ଶିକ୍ଷକମାନେ ଛାତ୍ରୀଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଛାତ୍ରୀଙ୍କ ଅବସ୍ଥା ଗୁରୁତର ଅଛି ବୋଲି ଏମକେସିଜି ଡାକ୍ତର କହିଛନ୍ତି । ତେବେ ଛାତ୍ରୀ ଜଣଙ୍କ କାହିଁକି ବିଷ ପାନ କଲେ ତାହା ସ୍ପଷ୍ଟ ହୋଇନାହିଁ।

Comments are closed.